ବିନା ସିମ୍‌ ବିନା ଇଣ୍ଟରନେଟରେ ମୋବାଇଲରେ ଦେଖିପାରିବେ ଭିଡିଓ, ଆସୁଛି ନୂଆ ଟେକ୍ନୋଲୋଜି

ବର୍ତ୍ତମାନ ଆପଣ ବିନା ଇଣ୍ଟରନେଟ୍‌ ଓ ବିନା ସିମ୍‌ ରେ ମୋବାଇଲରେ ମନ ପସନ୍ଦର ଭିଡିଓ ଦେଖି ପାରିବେ । ଆପଣ କେବେ ଏଭଳି କଥା ହୁଏତ ଭାବି ନଥିବେ । ବିନା ମୋବାଇଲ କି ବିନା ଇଣ୍ଟରନେଟରେ ଏହା କିପରି ସମ୍ଭବ ଆପଣ ନିଶ୍ଚିତ ଭାବୁଥିବେ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି ।

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ୟୁଜରମାନଙ୍କ ପାଇଁ ସୁବିଧାକୁ ନଜରରେ ରଖି ଅନେକ ସବସ୍କ୍ରିପସନ୍‌ ମଧ୍ୟ ବାହାର କରାଯାଉଛି । ଯାହା ଦ୍ୱାରା ଲୋକମାନେ ଟେକ୍ନୋଲୋଜିର ଲାଭ ଉଠାଉଛନ୍ତି । ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି ଏବଂ ମୋବାଇଲ ୟୁଜରମାନେ ସହଜ ଓ ସରଳ ଉପାୟରେ ମୋବାଇଲରେ ଭିଡିଓ ଦେଖିବାକୁ ଚାହୁଁଛନ୍ତି । ଯେପରି ଟିଭିରେ ଲୋକମାନେ ଫିଲ୍ମ ବା ସିରିଏଲ୍‌ ଦେଖନ୍ତି ଠିକ ସେହିପରି ମୋବାଇଲରେ ଦେଖୁଛନ୍ତି । କିନ୍ତୁ ଏଥିପାଇଁ ଲୋକମାନଙ୍କୁ ଇଣ୍ଟରନେଟର ଆବଶ୍ୟକତା ରହିଛି ଏଥି ସହିତ ଏକ ସିମ୍‌ ମଧ୍ୟ ଜରୁରୀ ହୋଇଥାଏ । କିନ୍ତୁ ମଡର୍ଣ୍ଣ ଟେକ୍ନୋଲୋଜିରେ ଅନେକ ପରିବର୍ତ୍ତନ ହେଉଛି । ଏବଂ ବର୍ତ୍ତମାନ ଆପଣ ବିନା ଇଣ୍ଟରନେଟ୍‌ ଓ ବିନା ସିମ୍‌ ରେ ମୋବାଇଲରେ ମନ ପସନ୍ଦର ଭିଡିଓ ଦେଖି ପାରିବେ । ଆପଣ କେବେ ଏଭଳି କଥା ହୁଏତ ଭାବି ନଥିବେ । ବିନା ମୋବାଇଲ କି ବିନା ଇଣ୍ଟରନେଟରେ ଏହା କିପରି ସମ୍ଭବ ଆପଣ ନିଶ୍ଚିତ ଭାବୁଥିବେ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି । କାରଣ ଡାଇରେକ୍ଟ ଟୁ ମୋବାଇଲ ବା d2m ଟେକ୍ନୋଲୋଜି ଦ୍ୱାରା ଏହା ସମ୍ଭବ ହେବ । ଏହି ଟେକ୍ନୋଲୋଜି ବହୁତ ଖାସ୍‌ ଏବଂ ଏହା ଖୁବ୍‌ ଶୀଘ୍ର ମାର୍କେଟରେ ଦମ୍‌ଦାର ଏଣ୍ଟ୍ରି ନେବାକୁ ଯାଉଛି ।

D2m ସେବା କାହିଁକି ଖାସ୍‌ ?

ଆପଣ d2h ସେବା ବା ଡାଇରେକ୍ଟ ଟୁ ହୋମ୍‌ ବିଷୟରେ ନିଶ୍ଚିତ ଶୁଣିଥିବେ । ସାଧାରଣ ଭାଷାରେ ଏହାକୁ କେବୁଲ୍ ସର୍ଭିସ ବୋଲି କୁହନ୍ତି ଏବଂ ଏହାର କନେକ୍ସନ୍‌ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହୋଇଥାଏ । ପରେ ମାସକୁ ମାସ ଏହାର ସବସ୍କ୍ରିପସନ୍‌ ନେଇ ଟିଭି ଚ୍ୟାନେଲରେ ନିଜ ମନ ପସନ୍ଦର ଭିଡିଓ ଦେଖି ପାରନ୍ତି ।

ସମାନ ଭାବେ ବର୍ତ୍ତମାନ d2m ଟେକ୍ନୋଲୋଜି ଆସୁଛି । ଯାହାକୁ ବ୍ୟବହାର କରି ଆପଣ ସିଧାସଳଖ ମୋବାଇଲରେ ଲାଇଭ୍ ଟିଭି, ଫିଲ୍ମ , ମଲ୍ଟିମିଡ଼ିଆ କଣ୍ଟେଟକୁ ସହଜରେ ଆକ୍ସେସ୍‌ କରିପାରିବେ । ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଦୂର ସଂଚାର ବିଭାଗ ବା DoT, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ MIB ସହିତ ଆଇଆଇଟି କାନପୁର ଏହି ଟେକନିକ୍‌ କୁ ନେଇ କଠିନ ପରିଶ୍ରମ କରୁଛି । ଏହି ଟେକନିକ୍‌ ଆସିବା ପରେ d2h ପରି d2m ସର୍ଭିସକୁ ଆପଣମାନେ ନିଜ ମୋବାଇଲ୍ ଫୋନରେ ଉପଭୋଗ କରିପାରିବେ ।

ସୂଚନା ଥାଉ କି ସରକାର ଏହି ଟେକନିକର ଟେଷ୍ଟିଙ୍ଗ୍‌ ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । କିନ୍ତୁ ଅନ୍ୟପଟେ କୁହାଯାଉଛି ଯେ ଟେଲିକମ୍ କମ୍ପାନୀମାନେ ଏହି ସର୍ଭିସକୁ ବିରୋଧ କରିପାରନ୍ତି କାରଣ ଏହି ସର୍ଭିସ ଦ୍ୱାରା ଲୋକଙ୍କୁ ଆଉ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ । ୟୁଜର୍ସମାନେ କେବଳ ସବସ୍କ୍ରିପସନ ନେଇ ମାଗଣାରେ ସର୍ଭିସ୍‌ ପାଇପାରିବେ । ଏହି ସର୍ଭିସରେ ଆପଣ ଟିଭି ଚ୍ୟାନେଲ୍‌ ଦେଖି ପାରିବେ ଏବଂ ଆପଣଙ୍କ ମନ ପସନ୍ଦର ସିରିଏଲର ମଧ୍ୟ ମଜା ନେଇ ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.