ରାତି ଅଧରେ ଆସି ଜେସିବି ଲଗାଇ ଭାଙ୍ଗିଲେ ଘର, ସିସିଟିଭିରେ କଏଦ ହେଲା ଦୃଶ୍ୟ

ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ୧୦/୧୫ ଜଣ ଯୁବକ ମାରଣାସ୍ତ୍ର ଧରି ନିଶାଶକ୍ତ ଅବସ୍ଥାରେ ଅଭିଯୋଗକାରିଣୀ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ତାଙ୍କ ଘର ଓ କାରକୁ ଭାଙ୍ଗି ଦେଇଥିଲେ ।

କୋଣାର୍କ (କେନ୍ୟୁଜ): ମୁହଁରେ କଳା କପଡ଼ା ବାନ୍ଧି ଓ ମୁଣ୍ଡରେ ଟୋପି ଲଗାଇ ରାତି ଅଧରେ କିଛି ଦୁବୃର୍ତ୍ତ ଜଣଙ୍କ ଘର ସାମ୍ନାରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମାରଣାସ୍ତ୍ର ଧରି ବୁଲୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ପରେ ଜେସିବି ଲଗାଇ ଘରକୁ ଭାଙ୍ଗିଥିବା ମଧ୍ୟ ଜଣା ପଡ଼ିଛି । ଘରେ ରହିଥିବା କାର୍‌ ଟି ଭାଙ୍ଗି ରୁଜି ପୂରା ଚୁରମାର ହୋଇଯାଇଛି । କାର ସାଙ୍ଗକୁ ଏକ ବାଇକ୍‌ ମଧ୍ୟ ଭାଙ୍ଗି ଯାଇଛି । ଘରର କାନ୍ଥ ବି ଭାଙ୍ଗି ଯାଇଥିବା ଜଣା ପଡ଼ିିଛି । କିଛି ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛି ଏକ ପରିବାର । ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଆସି ଏଭଳି କାଣ୍ଡ କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ୧୦/୧୫ ଜଣ ଯୁବକ ମାରଣାସ୍ତ୍ର ଧରି ନିଶାଶକ୍ତ ଅବସ୍ଥାରେ ଅଭିଯୋଗକାରିଣୀ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ତାଙ୍କ ଘର ଓ କାରକୁ ଭାଙ୍ଗି ଦେଇଥିଲେ । ଏହା ସହ ଘର ଲୋକଙ୍କୁ ଜୀବନରୁ ମାରିବାକୁ ଧମକ ଦେବା ପରେ ଜେସିବି ଲଗାଇ ବ୍ୟାପକ ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି ।

ଘରର ପ୍ରତ୍ୟେକ ସଦସ୍ୟ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । କାରଣ କେଉଁ ମୂହୁର୍ତ୍ତରେ ସେମାନଙ୍କ ଉପରେ ଯେ ଆକ୍ରମଣ ହେବ ସେମାନେ ଜାଣି ନାହାନ୍ତି । ଏନେଇ ଘର ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି । କ୍ଷତି ବିଷୟରେ ତ କହି ହେବ ନାହିଁ । କାରଣ ଲକ୍ଷାଧିକ ଟଙ୍କାର କାରଟି ତାଙ୍କର ନଷ୍ଟ ହୋଇଯାଇଛି । କିଏ ବା ତାଙ୍କୁ କ୍ଷତି ପୂରଣ ଦେବ । କିନ୍ତୁ ନିଜ ଜୀବନକୁ ସେମାନେ ଏବେ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ।

ଶତ୍ରୁତା ବଢ଼ିଲେ ଜୀବନ ପ୍ରତି ବିପଦ ଥାଏ । ଶତ୍ରୁ ମୁଣ୍ଡକୁ ଯେତେବେଳେ ପିତ୍ତ ଚଢ଼େ ସେ କଣ କରେ କିଛି ଜାଣି ପାରେନି । ରାଗ ବଢ଼ିଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ । ଯାହାର ଜ୍ୱଳନ୍ତ ଉଦାହରଣ ଆପଣମାନେ ଏହି ଚିତ୍ରରୁ ଅନୁମାନ କରି ପାରୁଥିବେ । ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି I ଶିକ୍ଷାବିତ୍ ପରିବାର ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି I ସେପଟେ ନିମାପଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏପର୍ଯ୍ୟନ୍ତ କିଏ ଓ କାହିଁକି ଏପରି ଘଟଣା ଘଟାଇଛି, ତାହା ଜଣା ପଡ଼ିନାହିଁ । ପୋଲିସର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.