Below header

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ଜଗମୋହନ ମରାମତି, ହାଇକୋର୍ଟଙ୍କୁ ଅବଗତ କଲେ ଆମିକସ କ୍ୟୁରି

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ଜଗମୋହନ ମରାମତି । ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି ବେଳେ ଏପ୍ରିଲ ୩୦ ସୁଦ୍ଧା ଜଗମୋହନ ମରାମତି କାମ ଶେଷ ହେବ ବୋଲି ଆମିକସ କ୍ୟୁରିଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ଜଗମୋହନ ମରାମତି । ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି ବେଳେ ଏପ୍ରିଲ ୩୦ ସୁଦ୍ଧା ଜଗମୋହନ ମରାମତି କାମ ଶେଷ ହେବ ବୋଲି ଆମିକସ କ୍ୟୁରିଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ସପ୍ତାହରେ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଗମୋହନ ଓ ନାଟ ମଣ୍ଡପର ମରାମତି ନେଇ ୨୦୧୭ ମସିହାରେ ୪ ମାସ ମଧ୍ୟରେ ମରାମତି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କାହିଁକି କାର୍ଯ୍ୟକାରୀ ହୋଇ ନାହିଁ ସେ ନେଇ ଜବାବ ଦାଖଲ ପାଇଁ ଗତ ୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଶ୍ରୀମନ୍ଦିର ନାଟ ମଣ୍ଡପର ତୁରନ୍ତ ମରାମତି ହେବାର ଆବଶ୍ୟକ ଥିବା ହାଇକୋର୍ଟଙ୍କୁ ନିକଟରେ ଅବଗତ କରାଇଥିଲେ କୋର୍ଟ ମିତ୍ର ଏନ କେ ମହାନ୍ତି। କୋର୍ଟ ମିତ୍ରଙ୍କ ଏହି ରିପୋର୍ଟକୁ ଆଧାର କରି ହାଇକୋର୍ଟରେ ଏକ ମିସ କେସ ଦାୟର ହୋଇଥିଲା।

ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ମାମଲାର ଆବେଦନକାରୀ ଅଭିଷେକ ଦାସ ପୁନଃ ଦାଖଲ କରିଥିବା ଏହି ପିଟିସନରେ ଉଲ୍ଲେଖ କରିଥିଲେ ଯେ, ନାଟ୍ୟ ମଣ୍ଡପର ଵିମ ଅତ୍ୟନ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ରହିଛି। ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ମରାମତି କରିବା ପାଇଁ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦେଶ ଦେବାଲାଗି ପିଟିସନରେ ପ୍ରାର୍ଥନା କରିଥିଲେ। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆବେଦନକାରୀଙ୍କ ଓକିଲ ଆଲୋକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.