ସାମ୍ନାକୁ ଆସିଲା ଭୂମି ପେଡନେକରଙ୍କ ଅପ୍‌କମିଂ ଫିଲ୍ମ ‘ଭକ୍ଷକ’ର ଫାଷ୍ଟ ଲୁକ୍‌, ଜାଣନ୍ତୁ କେବେ ହେବ ରିଲିଜ୍‌

ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଏହି ଫିଲ୍ମରେ ଭୂମି ପେଡନେକର ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିଛନ୍ତି, ଯିଏ ବିଶ୍ୱରେ ସମସ୍ତଙ୍କ ସାମ୍ନାକୁ ସତ୍ୟ ଆଣିବା ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରିବେ । ତେବେ ଫିଲ୍ମର ଟିଜରରେ ସଞ୍ଜୟ ମିଶ୍ର, ଆଦିତ୍ୟ ଶ୍ରୀବାସ୍ତବ ଏବଂ ସାଇ ତାମନକର ଭୂମି ପେଡନେକରଙ୍କ ସହ ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ଅପ୍‌କମିଂ ଫିଲ୍ମ ‘ଭକ୍ଷକ’ର ଫାଷ୍ଟ ଲୁକ ସୋସିଆଲ ମିଡିଆରେ ସେୟାର କରାଯାଇଛି । ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଏହି ଫିଲ୍ମରେ ଭୂମି ପେଡନେକର ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିଛନ୍ତି, ଯିଏ ବିଶ୍ୱରେ ସମସ୍ତଙ୍କ ସାମ୍ନାକୁ ସତ୍ୟ ଆଣିବା ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରିବେ । ତେବେ ଫିଲ୍ମର ଟିଜରରେ ସଞ୍ଜୟ ମିଶ୍ର, ଆଦିତ୍ୟ ଶ୍ରୀବାସ୍ତବ ଏବଂ ସାଇ ତାମନକର ଭୂମି ପେଡନେକରଙ୍କ ସହ ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଭୂମି ପେଡନେକର ଅଭିନୀତ ଫିଲ୍ମ ‘ଭକ୍ଷକ’ ଷ୍ଟୋରି ହେଉଛି ଜଣେ ସାମ୍ବାଦିକଙ୍କ ଷ୍ଟୋରି ଯିଏ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ଏବଂ ଅପରାଧର ମୂଳକ କାର୍ଯ୍ୟକୁ ଲୋକ ଲୋଚନଙ୍କ ସାମ୍ନାକୁ ଆଣିଥାଏ । ଫିଲ୍ମ ‘ଭକ୍ଷକ’ ର ଟିଜର ଦେଖି ବୁଝିହେଉଛି ଯେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବା ଭୂମି ପେଡନେକରଙ୍କୁ ଝିଅମାନଙ୍କ ସହ ହେଉଥିବା କିଛି ଭୁଲ ବିଷୟରେ ଏକ ଟିପ୍ସ ମିଳିବ । ତେବେ ଏହି ଟିପ୍ସ ମିଳିବା ମାତ୍ରେ ଭୂମି ଏହାର ସତ୍ୟତା ଜାଣିବାକୁ ବାହାରି ପହୁଛନ୍ତି । ଫିଲ୍ମ ‘ଭକ୍ଷକ’ ଟିଜରର ଶେଷରେ ଭୂମି ଜଣେ ଝିଅକୁ କହୁଥିବାର ଦେଖାଯାଏ ଯେ ଆମେ ପିଲାମାନଙ୍କର ଅଧିକାର ପାଇଁ ସଂଗ୍ରାମ କରୁଛୁ, ଏହାକୁ ଆପଣମାନେ ବୁଝିପାରୁଛନ୍ତି କି ? ତେବେ ଏହି ଟିଜରରେ ଦେଖିବାକୁ ମିଳିଛି ଯେ ଭୂମିଙ୍କ ଦମ୍‌ଦାର ଲୁକ୍‌, ଯାହା ସମସ୍ତ ଲୋକଙ୍କ ଷ୍ଟୋରି ପ୍ରତି ଆକର୍ଷଣୀୟ କରାଇଛି ।

ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍ ବ୍ୟାନରରେ ନିର୍ମିତ ଫିଲ୍ମ ‘ଭକ୍ଷକ’ ନିର୍ମାତା ହେଉଛନ୍ତି ଗୌରୀ ଖାନ୍ ଏବଂ ଗୌରବ ଭର୍ମା । ତେବେ ସସପେନ୍ସ ଥ୍ରୀଲର ଫିଲ୍ମ ‘ଭକ୍ଷକ’ ସିନେମା ହଲରେ ମୁକ୍ତିଲାଭ କରିବ ନାହିଁ କିନ୍ତୁ ଫେବୃଆରୀ ୯ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଭୂମି ପେଡନେକରଙ୍କ କାମ ବିଷୟରେ କହିବାକୁ ଗଲେ ସେ ୨୦୨୩ରେ ଶେଷଥର ପାଇଁ ଫିଲ୍ମ ‘ଲେଡି କିଲର’ରେ ନଜର ଆସିଥିଲେ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ଦେଖିବାରେ ଅଛି ଯେ ଭୂମିଙ୍କର ଏହି ଅପ୍‌କମିଂ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.