Below header

ୟାସିନ ମଲିକ ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କ ଉପରେ ଚଳାଇଥିଲେ ଗୁଳି! ଚିହ୍ନଟ କଲେ ସାକ୍ଷୀ

୧୯୯୦ରେ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କ ହତ୍ୟା ମାମଲାରେ ୟାସିନ ମଲିକଙ୍କ ସମସ୍ୟା ବଢ଼ିପାରେ । ଏହି ମାମଲାରେ ମୁଖ୍ୟ ସାକ୍ଷୀ ମଲିକଙ୍କୁ ମୁଖ୍ୟ ଶୁଟର ରୂପେ ଚିହ୍ନଟ କରିଛନ୍ତି । ଦଶକ ପୁୁରୁଣା ଏହି ମାମଲାର ଶୁଣାଣି ଗୁରୁବାର ଜମ୍ମୁର ସ୍ୱତନ୍ତ୍ର ସିବିଆଇ କୋର୍ଟରେ କରାଯାଇଛି ।

୧୯୯୦ରେ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କ ହତ୍ୟା ମାମଲାରେ ୟାସିନ ମଲିକଙ୍କ ସମସ୍ୟା ବଢ଼ିପାରେ । ଏହି ମାମଲାରେ ମୁଖ୍ୟ ସାକ୍ଷୀ ମଲିକଙ୍କୁ ମୁଖ୍ୟ ଶୁଟର ରୂପେ ଚିହ୍ନଟ କରିଛନ୍ତି । ଦଶକ ପୁୁରୁଣା ଏହି ମାମଲାର ଶୁଣାଣି ଗୁରୁବାର ଜମ୍ମୁର ସ୍ୱତନ୍ତ୍ର ସିବିଆଇ କୋର୍ଟରେ କରାଯାଇଛି । ଏହି ସମୟରେ ଅଭିଯୋଜନ ପକ୍ଷର ସାକ୍ଷୀ ୟାସିନ ମଲିକଙ୍କୁ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତି ରୂପେ ଚିହ୍ନଟ କରିଛନ୍ତି ।

ମାମଲାର ସାକ୍ଷୀ ଥିଲେ ବାୟୁସେନାର ପୂର୍ବତନ କର୍ମଚାରୀ ରାଜବର ଉମେଶ୍ୱର ସିଂ । ଦିଲ୍ଲୀର ତିହାର ଜେଲରୁ ଭିଡିଓ କନ୍‌ଫେରେନ୍ସି ମାଧ୍ୟମରେ କୋର୍ଟରେ ହାଜର ହୋଇଥିବା ୟାସିନ ମଲିକଙ୍କୁ ସେ ଚିହ୍ନଟ କରିଥିଲେ ।

ସୂଚନାଯୋଗ୍ୟ, ୧୯୯୦ ଜାନୁୟାରୀ ୨୫ରେ ଶ୍ରୀନଗରର ରାଓ୍ଵଲପୋରାରେ ୟାସିନ ମଲିକ ଏବଂ ସହଯୋଗୀ ଭାରତୀୟ ବାୟୁସେନାର ସ୍କ୍ଵାଡ୍ରନ ଲିଡରଙ୍କ ସମେତ ୪ ଅଧିକାରୀଙ୍କୁ ହତ୍ୟା କରିଥିଲେ । ବାୟୁସେନାର ସ୍କ୍ଵାଡ୍ରନ ଲିଡର ରବି ଖାନ୍ନାଙ୍କୁ ହତ୍ୟା କରାଯାଇଥିଲା । ଶୁଣାଣି ବେଳେ ଅଭିଯୋଜନ ପକ୍ଷ ୟାସିନ ମଲିକଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ।

କହି ରଖୁଛୁ, ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ଏବେ ଆତଙ୍କୀ ଫଣ୍ଡିଂ ମାମଲାରେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । ତାଙ୍କୁ ଭିଡିଓ କନଫେରେନ୍ସି ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.