Below header

ମା’ ପୁଅଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡଦେଶ

ମା' ପୁଅଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ।

ମା’ ପୁଅଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କଳିଗାଁ ରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଭିକ ମାଗି ଜୀବନ ବିତାଉଥିବା ମା’ ପୁଅଙ୍କୁ ପ୍ରଥମେ ଠେଙ୍ଗା ରେ ପିଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେବା ଘଟଣା ରେ ଆଜି ନ୍ୟାୟ ଆଦେଶ ଶୁଣାଇଛି କୋର୍ଟ।

ଗାଁର ଦେବାଶିଷ ଦାସ ନାମକ ଯୁବକ ଉଭୟ ମା ଓ ପୁଅ ଙ୍କୁ ରାତି ଅଧରେ ଉଠାଇ ଟଙ୍କା ମାଗିଥିଲେ ହେଲେ ସେ ନଦେବାରୁ ଉଭୟ ଙ୍କୁ ହତ୍ୟା କରିଥିଲେ। ନନ୍ଦିପଦା ପୋଲିସ ଘଟଣା ର ତଦନ୍ତ କରି ଦେବାଶିଷ କୁ ଗିରଫ କରିବା ସହିତ ୩୦୨,୩୭୯,୪୩୬ ଓ ୪୬୧ ଆଦି ଦଫା ଲଗାଇ କୋର୍ଟ ଫରୱାର୍ଡ଼ କରିଥିଲେ।

ତେବେ ଉକ୍ତ କେସ ରେ ୧୮ ଜଣ ସାକ୍ଷୀ ପ୍ରମାଣ କୁ ଆଧାର  କରି ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ସେହିଭଳି ୩୭୯ ଦଫାରେ ୨ ବର୍ଷ କାରାଦଣ୍ଡ ସହିତ ୨ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଅଧିକ କାରାଦଣ୍ଡ,,୪୩୬ ଦଫାରେ ୬ ବର୍ଷ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୬ ମାସ ର ଅଧିକ କାରାଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.