କେଉଁ ଗାଁରେ ପଡ଼ିଛି ଦ୍ୱିତୀୟ ପାଣ୍ଡବ ଭୀମଙ୍କ ଶର? ଯାହାକୁ ନେଇ ଏବେ ଚର୍ଚ୍ଚା

କାହିଁ କେଉଁ କାଳରୁ ଏକ ପୋଖରୀରେ ପଡିଛି ଭୀମଙ୍କ ତୀର । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଓଷଙ୍ଗ ଗ୍ରାମର ନୃସିଂହ ଚରଣ ପୃଷ୍ଟିଙ୍କ ବାଡ଼ିରେ ଭୀମଙ୍କ ଶର ପଡି ଥିବା ଦାବି କରିଛନ୍ତି ଗ୍ରାମବାସୀ । ଆଜକୁ ବହୁ ବର୍ଷ ତଳେ ଏହି ମୁଗୁନି ପଥରରେ ତିଆରି ଶରଟି ପଡିଥିବା ବେଳେ ଗ୍ରାମବାସୀମାନେ କିଛି ଅଧିକ ତଥ୍ୟ ପାଇବା ପାଇଁ ୩୦ଫୁଟ ତଳ ପର୍ଯ୍ୟନ୍ତ ଖୋଳିବାକୁ ଚେଷ୍ଟା କରିଥିଲେ ।

ଏଇ ଭାରତରେ ଘଟିଛି ମହାଭାରତ ଯୁଦ୍ଧ । ଯାହାର ପ୍ରମାଣ ମିଳିଛି ବିଭିନ୍ନ ତଥ୍ୟରୁ । ଏମିତିକି ଆମ ଓଡ଼ିଶାରେ ପାଣ୍ଡବ ଗୁମ୍ଫାରୁ ଆରମ୍ଭ କରି ପାଣ୍ଡବମାନେ ବନବାସ କରିଥିବା ସ୍ଥାନ ସମ୍ପର୍କରେ ସୂଚନା ମିଳେ । ମୟୁରଭଞ୍ଜ ଖିଚିଂ ମନ୍ଦିର ପରିସରରେ ରହିଛି ଭୀମଙ୍କ ଗଦା । ସେଠାକାର ସଂଗ୍ରହାଳୟରେ ଦେଖିବାକୁ ମିଳେ ମହାଭାରତ ସମୟର ଅଳଙ୍କାର ସବୁ । ଏବେ ସେହିଭଳି ଏକ ଘଟଣା ସାମନାକୁ ଆସିଛି । କାହିଁ କେଉଁ କାଳରୁ ଏକ ପୋଖରୀରେ ପଡିଛି ଭୀମଙ୍କ ତୀର ।

ଯାହାକୁ ଦେଖିବା ପାଇଁ ଲାଗିଛି ସ୍ଥାନୀୟ ଲୋକଙ୍କ ଗହଳି । ଏହି କଥାଟା ହୁଏତ ଆପଣଙ୍କୁ ବିଶ୍ୱାସ ହେଉ ନଥିବା କିନ୍ତୁ ଘଟଣା ସମ୍ପୂର୍ଣ୍ଣ ସତ୍ୟ । ଏବେ ଏହାକୁ ନେଇ ଗ୍ରାମରେ ଖୁବ ଚର୍ଚ୍ଚା ଚାଲିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଓଷଙ୍ଗ ଗ୍ରାମର ନୃସିଂହ ଚରଣ ପୃଷ୍ଟିଙ୍କ ବାଡ଼ିରେ ଭୀମଙ୍କ ଶର ପଡି ଥିବା ଦାବି କରିଛନ୍ତି ଗ୍ରାମବାସୀ । ଆଜକୁ ବହୁ ବର୍ଷ ତଳେ ଏହି ମୁଗୁନି ପଥରରେ ତିଆରି ଶରଟି ପଡିଥିବା ବେଳେ ଗ୍ରାମବାସୀମାନେ କିଛି ଅଧିକ ତଥ୍ୟ ପାଇବା ପାଇଁ ୩୦ଫୁଟ ତଳ ପର୍ଯ୍ୟନ୍ତ ଖୋଳିବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ଏହି ସ୍ଥାନକୁ ଖୋଲିବା ମାତ୍ରେ ହିଁ ଏକ ଗର୍ଜ୍ଜନ କରିବା ସହ ଡ୍ରୋଜରଟି ଭାଙ୍ଗି ଯାଇଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି । ଆଉ ସେବେ ଠାରୁ ସେମିତି ଭୀମଙ୍କ ଶରଟି ସେହି ସ୍ଥାନରେ ପଡି ରହିଛି । ସେହିଦିନ ଠାରୁ ମଧ୍ୟ ଶର ପଡିଥିବା ସ୍ଥାନଟିକୁ କାଣ୍ଡବାହାଳୀ କହୁଛନ୍ତି ଗ୍ରାମବାସୀ । ଏହି ଶର ପଡିଥିବା ସ୍ଥାନଟିକୁ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସର୍ଵେକ୍ଷଣ ସଂସ୍ଥା ଦ୍ୱାରା ଅନୁସନ୍ଧାନ କରାଯାଇ ସତ୍ୟତା ପ୍ରକାଶ ପାଇଁ ଅଞ୍ଚଳଵାସୀ ଦାବି କରିଛନ୍ତି । ଓଡ଼ିଶାରେ ଅନେକ ଏଭଳି ସ୍ଥାନ ରହିଛି ଯେଉଁଠାରେ ଅନେକ ପୌରାଣିକ ମାନ୍ୟତା ସବୁ ରହିଛି ।

ସେହିଭଳି ମହାଭାରତ ଯୁଗରେ ପାଣ୍ଡବଙ୍କ ବନବାସ ସମୟରେ ସେମାନେ ଓଡ଼ିଶାରେ ମଧ୍ୟ ରହିଥିଲେ ବୋଲି ସ୍ଥାନୀୟ ଲୋକଙ୍କର ମାନ୍ୟତା ରହିଛି । ତେବେ ସେହି ସମୟରେ ଭୀମଙ୍କର ସରଟି ଏହି ସ୍ଥାନରେ ରହିଥାଇପାରେ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି । ତେବେ ଲୋକଙ୍କ ବିଶ୍ୱାସ ଓ କିମ୍ବଦନ୍ତୀ ଗୋଟିଏ କଥା ଏବଂ ସତ୍ୟତା ଆଉ ଗୋଟିଏ କଥା । ତେଣୁ ଭୀମଙ୍କ ଏହି ତୀର ସମ୍ପର୍କରେ ଗବେଷଣା ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.