ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୋଠ ଗଡିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ ମାଛ ।

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୋଠ ଗଡିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ ମାଛ । ଆଜି ଗ୍ରାମର କିଛି ଲୋକ ନଦୀ ପାଖକୁ ଗୋଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଏହି ମାଛଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଗ୍ରାମବାସୀ ଏହି ମାଛଟିକୁ କୈାଣସି ହିଂସ୍ର ଯନ୍ତୁ ଭାବି ଭୟଭୀତ ହୋଇଥଲେ,ତେଣୁ ଜାଲ ସାହାଯ୍ୟରେ ଧରି ନଳବାହାର ଚନ୍ଦନ ପୋଖରୀରେ ଛାଡିଛନ୍ତି । ଖବରପାଇ ବାଲେଶ୍ଵର ବନ ବିଭାଗ ଅଧିକାରୀ ପହଞ୍ଚି ଉକ୍ତ ପୋଖରୀରୁ ମାଛଟିକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି ।  ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.