Below header

EDର ଚତୁର୍ଥ ସମନରେ ହାଜର ହେଲେନି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ; କହିଲେ, ବେଆଇନ ନୋଟିସ୍‌

ସିଏମ୍‌ କେଜ୍ରିଓ୍ଵାଲ ଏହି ସମନକୁ ବେଆଇନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦୁଇ ବର୍ଷ ହେବ ଏହି ମାମଲାର ତଦନ୍ତ ଚାଲିଛି, କିନ୍ତୁ ତଦନ୍ତରୁ କିଛି ହାସଲ ହୋଇପାରି ନାହିଁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ପଠାଯାଇଥିବା ସମନରେ ହାଜର ହୋଇନାହାନ୍ତି । ଏବେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସିଏମ୍‌ କେଜ୍ରିଓ୍ଵାଲ ଏହି ସମନକୁ ବେଆଇନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦୁଇ ବର୍ଷ ହେବ ଏହି ମାମଲାର ତଦନ୍ତ ଚାଲିଛି, କିନ୍ତୁ ତଦନ୍ତରୁ କିଛି ହାସଲ ହୋଇପାରି ନାହିଁ ।

କେଜ୍ରିଓ୍ଵାଲ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି, ସେମାନେ ଲୋକସଭା ନିର୍ବାଚନ ପୂର୍ବରୁ ମୋତେ ଗିରଫ କରି ନିର୍ବାଚନ ପ୍ରଚାରଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ଇଡି ମୋତେ ଚତୁର୍ଥ ଥର ନୋଟିସ୍‌ ପଠାଇଛି, ଯେଉଁଥିରେ ସେମାନେ ମୋତେ ଜାନୁୟାରୀ ୧୮ କିମ୍ବା ୧୯ରେ ଆସିବାକୁ କହିଛନ୍ତି । ଏହି ୪ଟି ନୋଟିସ୍‌ ଆଇନ ନଜରରେ ଅବୈଧ ।

ସେ କହିଛନ୍ତି, ଇଡି ଦ୍ୱାରା ଯେବେ ବି ନନ୍‌-ସ୍ପେସିଫିକ ନୋଟିସ୍‌ ପଠାଯାଇଛି, ତାହାକୁ କୋର୍ଟ ଖାରଜ କରିଛନ୍ତି ଏବଂ ତାହାକୁ ବେଆଇନ ବୋଲି କହିଛନ୍ତି । ମୁଁ ଇଡିକୁ ଲେଖିଛି, ହେଲେ ଇଡି କୌଣସି ଉତ୍ତର ଦେଇନାହିଁ ।

ସିଏମ୍‌ କେଜ୍ରିଓ୍ଵାଲ ଷଡ଼ଯନ୍ତ୍ରର ଅଭିଯୋଗ ଲଗାଇ କହିଛନ୍ତି, ଇଡି ରାଜନୈତିକ ଷଡ଼ଯନ୍ତ୍ର ଅଧୀନରେ ନୋଟିସ୍‌ ପଠାଉଛି । ଏହି ତଦନ୍ତ ଦୁଇ ବର୍ଷ ହେବ ଚାଲିଛି । ଦୁଇ ବର୍ଷରେ ସେମାନଙ୍କୁ କିଛି ମିଳିନାହିଁ । ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ହଠାତ୍‌ ମୋତେ ନୋଟିସ୍‌ ଦେଇ କାହିଁକି ଡକାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.