Below header

ପରଲୋକରେ ଶରଦ ଯାଦବ: ଥିଲେ ଜେଡିୟୁର ପ୍ରଥମ ଜାତୀୟ ସଭାପତି

ନୂଆଦିଲ୍ଲୀ : ରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ୭୫ ବର୍ଷ ବୟସରେ ସେ ଗତକାଲି(ଗୁରୁବାର) ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଝିଅ ସୁବାସିନୀ ଟ୍ବିଟକରି ସୂଚନା ଦେଇଛନ୍ତି । ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଗୁରୁଗ୍ରାମ ସ୍ଥିତ ଫର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି ।

୭ ଥର ଲୋକସଭା ଓ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ । ଜେଡିୟୁର ପ୍ରଥମ ଜାତୀୟ ସଭାପତି ଥିଲେ ଶରଦ ଯାଦବ । ୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । କେନ୍ଦ୍ରରେ ସେ ଅନେକ ଥର କେନ୍ଦ୍ରମନ୍ତ୍ରୀ ବି ହୋଇଛନ୍ତି । ୧୯୮୯-୯୦ରେ ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ଜନତା ଦଳର କାର୍ଯ୍ୟକାରୀ ସଭାପତି ଓ ୧୯୯୭ରେ ସଭାପତି ବି ହୋଇଥିଲେ ଶରଦ ଯାଦବ । ୧୯୯୯ରୁ ୨୦୦୪ ଯାଏଁ କେନ୍ଦ୍ରରେ ବିଭିନ୍ନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ଶରଦ ଯାଦବ । ଜେପି ମୁଭମେଣ୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରତ ଯାଦବ । ତାଙ୍କର ନିଧନରେ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.