Below header

ଜି-୨୦ ସମ୍ମିଳନୀ ପୂର୍ବରୁ ଭାରତର ବଡ଼ ପଦକ୍ଷେପ, ଆମେରିକାରୁ ଆସୁଥିବା ଏହି ସାମଗ୍ରୀ ଉପରେ ହ୍ରାସ କଲା ଅତିରିକ୍ତ ଶୁଳ୍କ

ଜି-୨୦ ଶିଖର ସମ୍ମିଳନୀକୁ ନେଇ ନୂଆଦିଲ୍ଳୀ ଏବେ ଉଠୁଛି ପଡୁଛି । ଭାରତକୁ ବିଶ୍ୱର ପ୍ରଖ୍ୟାତ ନେତାଙ୍କ ଆଗମନରେ ନୂଆଦିଲ୍ଳୀ ଏବେ ବ୍ୟସ୍ତ । ବିଭିନ୍ନ ଦେଶର ନେତାଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେଉଛନ୍ତି ଏହି ସମ୍ମିଳନୀରେ ।

ନୂଆଦିଲ୍ଳୀ : ଜି-୨୦ ଶିଖର ସମ୍ମିଳନୀକୁ ନେଇ ନୂଆଦିଲ୍ଳୀ ଏବେ ଉଠୁଛି ପଡୁଛି । ଭାରତକୁ ବିଶ୍ୱର ପ୍ରଖ୍ୟାତ ନେତାଙ୍କ ଆଗମନରେ ନୂଆଦିଲ୍ଳୀ ଏବେ ବ୍ୟସ୍ତ । ବିଭିନ୍ନ ଦେଶର ନେତାଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେଉଛନ୍ତି ଏହି ସମ୍ମିଳନୀରେ ।

ବାଇଡେନଙ୍କ ଆସିବା ପୂର୍ବରୁ ଭାରତ ଏକ ବଡ ପଦକ୍ଷେପ ନେଇଛି ଆମେରିକାରୁ ଆସୁଥିବା ଉତ୍ପାଦ ଉପରୁ ଅତିରିକ୍ତ ଶୁଳ୍କ ହ୍ରାସ କରି । ୨୦୧୯ ମସିହାରେ ଆମେରିକା କିଛି ଷ୍ଟିଲ ଓ ଆଲୁମୁନିୟମ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇବା ପରେ ଭାରତ ମଧ୍ୟ ଅନୁରୁପ ଭାବେ ୨୮ ଟି ଆମେରେକୀୟ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇଥିଲା ।

ଜି-୨ ସମ୍ମିଳନୀ ପୂର୍ବରୁ ଭାରତ ଏହି ଅତିରିକ୍ତ ଶୁଳ୍କ ହଟାଇ ଦେଇଛି । କେନ୍ଦ୍ର ସରକାର ଗତ ୫ ତାରିଖରେ ଏକ ନୋଟିଫିକେସନ ଜାରି କରିଛନ୍ତି । ଏଥିରେ ଚଣା, ମସୁର ଡାଲି, ସେଓ, ଚୋପାଯୁକ୍ତ ଅଖରୋଟ, ବାଦାମ ମଞ୍ଜି ଓ ଚୋପା ଲଗା ବାଦାମ ଉପରେ ଅତିରିକ୍ତ ଶୁଳ୍କ ହ୍ରାସ କରିଛନ୍ତି ।

ଜି-୨୦ ରେ ଯୋଗ ଦେବାକୁ ଭାରତ ଆସିଥିବା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପୂର୍ବରୁ ଏହି ଅତିରିକ୍ତ ଶୁଳ୍କ ହଟାଇ ଦିଆଯାଇଛି । ଶୁକ୍ରବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.