ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ ଯୁବତୀ, ପାଖରେ ପଡିଥିବା ପରିଚୟ ପତ୍ରରୁ ମିଳିଛି ଠିକଣା

ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି । ଘଟଣାସ୍ଥଳରୁ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି । ମୃତକଙ୍କ ପରିଚୟ ମିଳିଛି ।

ପୁରୀ(କେନ୍ୟୁଜ୍):  ଟ୍ରେନ୍ ଆଗକୁ ଡେଇଁଲେ ଯୁବକ ଯୁବତୀ । ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଥିବା ଅଭିଯୋଗ । ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଛି । ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି । ଘଟଣାସ୍ଥଳରୁ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି ।

ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ତୃପ୍ତିମୟୀ ସାହୁ ଓ ଯତୀନ ଶେଖର ପାଢ଼ୀ । ତେବେ ସେମାନେ କାହିଁକି ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ? ସେମାନଙ୍କ ଭିତରେ ସମ୍ପର୍କ କଣ ? କାହିଁକି ଏମିତି ନିଷ୍ପତ୍ତି ନେଲେ ଜଣା ପଡିନି । ଅଧିକ ଖୋଳତାଡ କରୁଛି ରେଲୱେ ପୋଲିସ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.