Below header

ବିଜେଡି ଓ ସୌମ୍ୟଙ୍କ ଭିତରେ ବଢୁଛି ଫାଟ: କଟାକ୍ଷ କଲେ ନୟାଗଡ଼ ବିଧାୟକ

ଆଜି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ଖଣ୍ଡପଡ଼ା ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି, ମାଟି ପାଇଁ ଓ ପାର୍ଟି ପାଇଁ କଣ କରିଛନ୍ତି । ଅରୁଣ କହିଛନ୍ତି, ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ ।

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ବିଜେଡି ଓ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭିତରେ ଫାଟ । ଆଜି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ଖଣ୍ଡପଡ଼ା ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି, ମାଟି ପାଇଁ ଓ ପାର୍ଟି ପାଇଁ କଣ କରିଛନ୍ତି । ଅରୁଣ କହିଛନ୍ତି, ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ ।

ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜେଡି ଓ ସରକାରଙ୍କ ବିରୋଧରେ କହୁଛନ୍ତି । ସମାଜସେବା କଥା କହୁଥିବା ସୌମ୍ୟରଞ୍ଜନ ଗତ ୪ବର୍ଷ ୪ମାସ ଭିତରେ ଖଣ୍ଡପଡାରେ କଣ ସେବା କରିଛନ୍ତି । ସେସମ୍ପର୍କରେ ନିର୍ବାଚନମଣ୍ଡଳୀର ଲୋକଙ୍କୁ ପଚାରିଲେ ଲୋକ କହିବେ । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଥିବା ଅଭିଯୋଗ କରିଛନ୍ତି ଅରୁଣ ସାହୁ । ଅଭିଯୋଗ ଉପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.