୧୬ ତାରିଖରେ ଉଦଘାଟିନ ହେବ କଟକର ନେତାଜୀ ବସ ଟର୍ମିନାଲ, ମୋଟ ୧୫ଟି ପ୍ରକଳ୍ପର ହେବ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆସି ଏ ସମସ୍ତ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ମିଳିଛି। ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ରାଜ୍ୟର ସବୁଠାରୁ ବଡ଼ ବସ ଟର୍ମିନାଲ।

କଟକ(କେନ୍ୟୁଜ୍):  ଆସନ୍ତା ୧୬ ତାରିଖରେ କଟକ ସହରରେ ଉଦଘାଟିତ ହେବାକୁ ଯାଉଛି ନେତାଜୀ ବସ ଟର୍ମିନାଲ। ବସ ଟର୍ମିନାଲ ସମେତ ମୋଟ ୧୫ ଟି ପ୍ରକଳ୍ପର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆସି ଏ ସମସ୍ତ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ମିଳିଛି।

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ରାଜ୍ୟର ସବୁଠାରୁ ବଡ଼ ବସ ଟର୍ମିନାଲ। ଆଜି କଟକ ନେତାଜୀ ବସ ଟର୍ମିନାଲ ଉଦଘାଟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କଟକ ଜିଲ୍ଲାପାଳ, ସିଏମସି କମିଶନର, ସିଏମସି ମେୟର, ସିଡିଏ ଅଧ୍ୟକ୍ଷ, ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ କର୍ମକର୍ତ୍ତାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୧୩ ତାରିଖରୁ ବସ ଗୁଡିକର ଟ୍ରାଏଲ ରନ ଆରମ୍ଭ ହେବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୧୬ ତାରିଖରେ ବସ ଟର୍ମିନାଲ ବ୍ୟତୀତ ଅନ୍ୟ ୧୪ ଟି ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ରାଣୀହାଟ କ୍ଲକ ଟାୱାର, ତାଳଦଣ୍ଡା ବୋଟିଂ କମ୍ପ୍ଲେସ ଓ ଫୁଡ଼ କୋର୍ଟ, ରେଳ ଷ୍ଟେସନ ପୂର୍ବ ପ୍ରବେଶ ପଥ ଓ ଜାତୀୟ ରାଜପଥର ସଂଯୋଗୀକରଣ, ଛତ୍ରବଜାର ଅର୍ବାନ ହାଟ, ସିଲଭର ସିଟି ବୋଟ କ୍ଲବ, ବସ୍ତି ବାସିନ୍ଦାଙ୍କ ପାଇଁ ସୁଲଭ ମୂଲ୍ୟରେ ଗୃହ ଯୋଗାଣ ପ୍ରକଳ୍ପ, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଉନ୍ନତିକରଣ ପ୍ରକଳ୍ପ, ତାଳଦଣ୍ଡା କେନାଲ ଉପରେ ୫ ଟି ବ୍ରିଜ, ଏବଂ ଓ.ଟି.ଡି.ସିର ତିନୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.