ଶାହାରୁଖଙ୍କ ଫିଲ୍ମ ‘ଜବାନ’ ଦେଖିବା ପାଇଁ ମୁହଁ ଲୁଚାଇ ଫିଲ୍ମ ହଲରେ ପହଞ୍ଚିଲେ ରାଧିକା ମଦାନ, ଭିଡିଓ ଆସିଲା ସାମ୍ନାକୁ 

ଶାହାରୁଖ ଖାନଙ୍କ ଫିଲ୍ମ ’ଜବାନ’ ହଲରେ ମୁକ୍ତିଲାଭ କରିଛି । ସକାଳ ୬ଟାରୁ ଭାରତର ବିଭିନ୍ନ ସହରରେ ଯବାନ ଫିଲ୍ମକୁ ନେଇ ଦର୍ଶକଙ୍କ ଭିଡ ଲାଗିଛି । ଏହା ଭିତରେ ବଲିଉଡ ଫିଲ୍ମ ଅଭିନେତ୍ରୀ ରାଧିକା ମଦାନ ମଧ୍ୟ କିଙ୍ଗ ଖାନଙ୍କ ଫିଲ୍ମ ଦେଖିବା ପାଇଁ ମୁମ୍ବଇ ପ୍ରସିଦ୍ଧ ‘ଗେଟି ଗେଲେକ୍ସି’ ରେ ପହଞ୍ଚିଥିବା ଦେଖିବାକୁ ମିଳିଛନ୍ତି ।

ନୂଆଦିଲ୍ଲୀ : ଶାହାରୁଖ ଖାନଙ୍କ ଫିଲ୍ମ ’ଜବାନ’ ହଲରେ ମୁକ୍ତିଲାଭ କରିଛି । ସକାଳ ୬ଟାରୁ ଭାରତର ବିଭିନ୍ନ ସହରରେ ଯବାନ ଫିଲ୍ମକୁ ନେଇ ଦର୍ଶକଙ୍କ ଭିଡ ଲାଗିଛି । ଏହା ଭିତରେ ବଲିଉଡ ଫିଲ୍ମ ଅଭିନେତ୍ରୀ ରାଧିକା ମଦାନ ମଧ୍ୟ କିଙ୍ଗ ଖାନଙ୍କ ଫିଲ୍ମ ଦେଖିବା ପାଇଁ ମୁମ୍ବଇ ପ୍ରସିଦ୍ଧ ‘ଗେଟି ଗେଲେକ୍ସି’ ରେ ପହଞ୍ଚିଥିବା ଦେଖିବାକୁ ମିଳିଛନ୍ତି ।

ପଠାନ ପରେ ଶାହାରୁଖଙ୍କ ଜବାନ ମଧ୍ୟ ପୁଣି ଥରେ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଫିଲ୍ମ ଦେଖିବା ପାଇଁ ହଲ୍‌ ଆଗରେ ପ୍ରଶଂସକଙ୍କ ଭିଡ ଲାଗିଥିବା ବେଳେ ତାଙ୍କ ଗହଣରେ ଅଭିନେତ୍ରୀ ରାଧିକା ମଦାନ ମଧ୍ୟ ଦେଖିବାକୁ ମିଳିଛନ୍ତି । ଅଭିନେତ୍ରୀଙ୍କ ଫଟୋଗ୍ରାଫର ବିରଳ ଭୟାନୀ ମଦାନଙ୍କ ଭିଡିଓ ସେୟାର କରିଥିବା ଦେଖିବାକୁ ମଳିଛି । ଯେଉଁଥିରେ ରାଧିକା ହଳଦିଆ ରଂଗର ସୁଟ ସହ ମୁହଁରେ କଳା ରଂଗର ମାସ୍କ ବାନ୍ଧିଥିବା ଦେଖିବାକୁ ମିଳିଛନ୍ତି ।

ମୁମ୍ବଇର ପ୍ରସିଦ୍ଧ ଫିଲ୍ମ ହଲ ଗେଟି ‘ଗେଲେକ୍ସି’ ରେ ପ୍ରଥମ ଶୋ ସକାଳ ୬ଟାରେ ଥିଲା । ଏହାର ଆୟୋଜନ ଶାହାରୁଖ ଖାନଙ୍କ ଫେନ୍‌ କ୍ଲବ ‘ଏସଆରକେ ୟୁନିଭର୍ସ ଦ୍ୱାରା କରାଯାଇଥିଲା । ଫିଲ୍ମରେ ଶାହାରୁଖ ଖାନ୍‌, ନୟନତାରା, ବିଜୟ ସେତୁପତି, ସାନ୍ୟା ମାଲହୋତ୍ରା, ପ୍ରିୟାମଣି, ସୁନିଲ ଗ୍ରୋଭର, ସଂଜୟ ଦତ୍ତ, ଲହର ଖାନ୍‌ ଓ ରିଦ୍ଧି ଡୋଗରା ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.