Below header

କ’ଣ ପରିବର୍ତ୍ତନ ହେବ ‘ଇଣ୍ଡିଆ’ର ନାମ? ଅତୀତରେ ନିଜର ନାମ ବଦଳାଇଥିବା ୧୦ଟି ଦେଶ ବିଷୟରେ ଜାଣନ୍ତୁ…

ଦେଶରେ ବର୍ତ୍ତମାନ ‘ଇଣ୍ଡିଆ ବନାମ ଭାରତ’ ବିତର୍କ ଜୋର୍‌ ଧରିଛି। ରାଷ୍ଟ୍ରପତି ଭବନରେ G20 ସମ୍ମିଳନୀର ରାତ୍ରି ଭୋଜନ ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ର ଉଲ୍ଲେଖ ନୂଆ ବିବାଦ ସୃଷ୍ଟି କରିଛି।

ଦେଶରେ ବର୍ତ୍ତମାନ ‘ଇଣ୍ଡିଆ ବନାମ ଭାରତ’ ବିତର୍କ ଜୋର୍‌ ଧରିଛି। ରାଷ୍ଟ୍ରପତି ଭବନରେ G20 ସମ୍ମିଳନୀର ରାତ୍ରି ଭୋଜନ ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ର ଉଲ୍ଲେଖ ନୂଆ ବିବାଦ ସୃଷ୍ଟି କରିଛି। ତେଣୁ ଅନୁମାନ କରାଯାଉଛି କି, କେନ୍ଦ୍ର ସରକାର ଚଳିତ ମାସ ଶେଷରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଇଣ୍ଡିଆ ନାମ ପରିବର୍ତ୍ତନକୁ ନେଇ ପ୍ରସ୍ତାବ ଆଣିପାରନ୍ତି।

ଯଦି ନାମ ପରିବର୍ତ୍ତନ ହୁଏ, ତା’ ହେଲେ ଭାରତ ପ୍ରଥମ ଦେଶ ହେବ ନାହିଁ। ଏପରି ଦେଶଗୁଡ଼ିକର ରହିଛି ଲମ୍ବା ତାଲିକା, ଯେଉଁମାନେ ରାଜନୈତିକ, ସାମାଜିକ ତଥା ଅନ୍ୟାନ୍ୟ କାରଣରୁ ନିଜ ଦେଶର ନାମକୁ ବଦଳାଇ ଦେଇଛନ୍ତି। ଆସନ୍ତୁ ଜାଣିବା, ଏହି ଦେଶଗୁଡ଼ିକର ନାମ, ଯେଉଁମାନେ ଅତୀତରେ ନିଜର ନାମ ପରିବର୍ତ୍ତନ କରିଛନ୍ତି।

ତୁର୍କୀରୁ ତୁର୍କିୟେ:

୨୦୨୨ରେ ତୁର୍କୀ ମିଳିତ ଜାତିସଂଘକୁ ସୂଚନା ଦେଇଥିଲା ଯେ ଏହା ଆନୁଷ୍ଠାନିକ ଭାବରେ ନିଜର ନାମ ବଦଳାଇ ତୁର୍କିୟେ ରଖିଛି। ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ୍‌ କହିଥିଲେ, ତୁର୍କିୟେ ନାମ ଦେଶର ସଂସ୍କୃତି, ସଭ୍ୟତା ଏବଂ ମୂଲ୍ୟବୋଧକୁ ସବୁଠାରୁ ଉତ୍ତମ ଉପାୟରେ ପ୍ରତିପାଦିତ କରୁଛି।

ହଲାଣ୍ଡରୁ ନେଦରଲ୍ୟାଣ୍ଡସ୍‌:

ନିଜର ବିଶ୍ୱସ୍ତରୀୟ ଛବିକୁ ଅପ୍‌ଡେଟିଂ କରିବା ଲକ୍ଷ୍ୟରେ ହଲାଣ୍ଡରୁ ନେଦରଲ୍ୟାଣ୍ଡର ନାମ ରଖାଯାଇଥିଲା। ଏହି ନାମ ପରିବର୍ତ୍ତନ ୨୦୨୦ ଜାନୁୟାରୀରେ ହୋଇଥିଲା। ଏହା ପଛରେ ଆଉ ଏକ କାରଣ ମଧ୍ୟ ରହିଛି, ତାହା ହେଲା, ନେଦରଲ୍ୟାଣ୍ଡକୁ ଏକ ଖୋଲା, ଆବିଷ୍କାରଶୀଳ ଓ ସମାବେଶୀ ଦେଶ ଭାବରେ ଉପସ୍ଥାପନ କରିବା।

ବର୍ମାରୁ ମିଆଁମାର:

୧୯୮୯ ମସିହାରେ ମିଆଁମାରର ନାମକରଣ ହୋଇଥିଲା। ଦେଶର ଅଗ୍ରଣୀ ସାମରିକ ସରକାର ସ୍ଥାନୀୟ ଭାଷାରେ ଲେଖାଯାଇଥିବା ପଦ୍ଧତିକୁ ସୁରକ୍ଷିତ ରଖିବା ପ୍ରୟାସରେ ଦେଶର ନାମ ବର୍ମାରୁ ମିଆଁମାର କରିବାକୁ ନିଷ୍ପତ୍ତି ନେଇଥିଲେ। ରିପୋର୍ଟ ମୁତାବକ, ଏହି ନିଷ୍ପତ୍ତି ସହିତ କେହି ସହମତ ନ ଥିଲେ, ଯେଉଁ କାରଣରୁ ବିଶ୍ୱର କିଛି ଭାଗ ଏହି ଏସିଆ ଦେଶକୁ ବର୍ମା ବୋଲି କହିବା ଉପରେ ଜୋର୍‌ ଦେଉଛି।

ସିଲନ୍‌ରୁ ଶ୍ରୀଲଙ୍କା:

ପୂର୍ବରୁ ସିଲନ୍ ନାମରେ ଜଣାଶୁଣା ଏହି ଦ୍ୱୀପରାଷ୍ଟ୍ରର ନାମ ବଦଳାଯାଇ ଶ୍ରୀଲଙ୍କା କରାଯାଇଥିଲା। ସାଂସ୍କୃତିକ ମୂଳ ଉପରେ ଗୁରୁତ୍ୱ ଦେବା ଏବଂ ପର୍ତ୍ତୁଗୀଜ୍ ଓ ବ୍ରିଟିଶ ଶାସନର ଐତିହାସିକ ଅବଶେଷକୁ ହଟାଇବା ପାଇଁ ସିଲନ୍ ନାମ ବଦଳାଯାଇଥିଲା। ତଥାପି ସିଲନ୍‌ ନାମ ୨୦୧୧ ପର୍ଯ୍ୟନ୍ତ ସରକାରୀ ବ୍ୟବହାରରେ ଜାରି ରହିଥିଲା।

ପର୍ସିଆରୁ ଇରାନ:

ଆଧୁନିକ ଇରାନକୁ ୧୯୩୫ ପର୍ଯ୍ୟନ୍ତ ପର୍ସିଆ ନାମରେ ଜଣାଯାଉଥିଲା। ଦେଶର ଏକ ନୂତନ ଆରମ୍ଭକୁ ଚିହ୍ନିତ କରିବା ପାଇଁ ରାଜା ରେଜା ଶାହଙ୍କ ଦ୍ୱାରା ନାମ ପରିବର୍ତ୍ତନ ଘୋଷଣା କରାଯାଇଥିଲା। ଅବଶ୍ୟ ଭୋଜନ, କଳା ଏବଂ ସାହିତ୍ୟ ଭଳି ଦୀର୍ଘ ସମୟରୁ ଚାଲିଆସୁଥିବା ସାଂସ୍କୃତିକ ରପ୍ତାନି ପାର୍ସୀ ରୂପେ ଜଣାଯାଉଛି।

ସିଆମ୍‌ରୁ ଥାଇଲାଣ୍ଡ:

ଥାଇଲାଣ୍ଡ ପୂର୍ବରୁ ୧୯୩୯ ପର୍ଯ୍ୟନ୍ତ ସିଆମ୍ ଭାବରେ ଜଣାଯାଉଥିଲା। ୧୯୩୯ରେ ସିଆମର ନାମ ବଦଳାଯାଇ ଥାଇଲାଣ୍ଡ କରାଯାଇଥିଲା। ୧୯୪୬ରୁ ୧୯୪୮ ମଧ୍ୟରେ ପୁଣିଥରେ ସିଆମ୍ ହୋଇଥିଲା ଏବଂ ପରେ ୧୯୪୮ରେ ନାମକୁ ପୁଣିଥରେ ବଦଳାଯାଇଥିଲା। ସେବେଠାରୁ ଥାଇଲାଣ୍ଡ ନାମ ରହିଆସିଛି।

ଚେକ୍‌ ଗଣରାଜ୍ୟରୁ ଚେକିଆ:

ଚେକ୍ ରିପବ୍ଲିକ୍‌ର ନାମ ୨୦୧୬ରେ ବଦଳି ଚେକିଆ ହୋଇଥିଲା। ଏହି ନାମ ପରିବର୍ତ୍ତନର ଉଦ୍ଦେଶ୍ୟ ଥିଲା, ନାମରେ ସରଳତା ଆଣିବା, ଯଦ୍ଦ୍ଵାରା କ୍ରୀଡା ଇଭେଣ୍ଟ ଏବଂ ବାଣିଜ୍ୟ ପ୍ରୟାସରେ ଦେଶ ପାଇଁ ପରିଚୟ ସୃଷ୍ଟି କରିବା ସହଜ ହୋଇପାରିବ।

କେପ ଭର୍ଡେରୁ ରିପବ୍ଲିକ୍ ଅଫ୍ କାର୍ବୋ ଭର୍ଡେ:

କେପ୍ ଭର୍ଡେ ୨୦୧୩ରେ ନିଜର ଅଫିସିଆଲ୍‌ ଭାଷାକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ ପର୍ତ୍ତୁଗୀଜ୍ ବନାନ ‘ରିପବ୍ଲିକ୍ ଅଫ୍ କାର୍ବୋ ଭର୍ଡେ’କୁ ଗ୍ରହଣ କରିଥିଲା।

କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ:

୧୯୯୭ରେ ଏହା ନିଜର ବର୍ତ୍ତମାନର ନାମ ପାଇଥିଲା। ଏଥି ପୂର୍ବରୁ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟର ଅନେକ ନାମ ପରିବର୍ତ୍ତନ ହୋଇଛି। ଦେଶକୁ ପ୍ରଥମେ କଙ୍ଗୋ ଫ୍ରି ଷ୍ଟେଟ୍‌, ବେଲ୍‌ଜିୟମ୍‌ କଙ୍ଗୋ, କଙ୍ଗୋ-ଲିୟୋପୋଲ୍ଡଭିଲେ, କଙ୍ଗୋ ଗଣରାଜ୍ୟ ଏବଂ ଜାରେ ଗଣରାଜ୍ୟ ନାମରେ ଜଣାଯାଉଥିଲା।

ସ୍ୱାଜିଲାଣ୍ଡରୁ ଇସ୍ୱାତିନି:

ପୂର୍ବରୁ ସ୍ୱାଜିଲାଣ୍ଡ ରାଜ୍ୟ ଭାବରେ ଜଣାଶୁଣା ଏହି ଦେଶକୁ ୨୦୧୮ରେ ରାଜା ମସ୍ୱାତି III ‘ଇସ୍ୱାତିନି’ ନାମରେ ନାମିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.