ଏସିଆ କପ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିବାଦ, ଜୟ ଶାହଙ୍କୁ ଟାର୍ଗେଟ୍‌ କଲେ ପିସିବିର ପୂର୍ବତନ ମୁଖ୍ୟ

ତେବେ ଏହାର କଡ଼ା ଉତ୍ତର ରଖିଛନ୍ତି ଜୟ ଶାହ । ସେ କହିଛନ୍ତି ଏଭଳି କିଛି ଉଦ୍ଦେଶ୍ୟ ନାହିଁ । ଏମିତିକି ଏସିଆ କପ୍‌କୁ କାହିଁକି ୟୁଏଇରେ କରାଗଲା ନାହିଁ ତାର ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ଜୟ ଶାହ । ସେ କହିଛନ୍ତି, ଯାହା କିଛି କରାଯାଇଛି ସବୁ ବୋର୍ଡ଼ ସଦସ୍ୟଙ୍କ ସହମତିରେ । କାରଣ, ୟୁଏଇର ଗରମରେ କେହି ଖେଳିବାକୁ ରାଜି ହେଲେ ନାହିଁ ।

ଚଳିତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ରବିବାର ଦିନ ପୁଣି ସାମନା ସାମନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଆରମ୍ଭ ହେଲାଣି ବିବାଦ । ଯାହା ପଛରେ କାରଣ ରହିଛି ପାଣିପାଗ । ଶ୍ରୀଲଙ୍କା କଲମ୍ବୋରେ ଏସିଆ କପ୍‌ ସୁପର ଫୋର ମ୍ୟାଚ୍‌ ସବୁ ଆୟୋଜିତ ହେବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ତେବେ ସେଠାରେ ବର୍ଷା ଲାଗି ରହିଥିବାରୁ କଲମ୍ବୋର ମ୍ୟାଚ୍‌ ସବୁ ହାମ୍ବାଣ୍ଟୋଟାକୁ ସ୍ଥାନାନ୍ତର କରିବାକୁ ନିଷ୍ଵତ୍ତି ହୋଇଥିଲା । ଏନେଇ ଏସୀୟ କ୍ରିକେଟ୍‌ କାଉନସିଲ ବୋର୍ଡ଼ ସଦସ୍ୟମାନଙ୍କୁ ସୂଚନା ଦେଇ ସାରିଥିଲା । ତେବେ ଅଚାନକ ଏହି ନିଷ୍ପତ୍ତି ବଦଳି ଯାଇଛି । ସୁପର ଫୋରର ସମସ୍ତ ମ୍ୟାଚ୍‌ କଲମ୍ବୋରେ ହେବ ବୋଲି ପୁଣି ଏସିସି ଜଣାଇ ଦେଇଛି । ଯାହାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ର ପୂର୍ବତନ ମୁଖ୍ୟ ନଜମ ସେଠୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏସିସି ସଭାପତି ତଥା ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଏମିତିକି ସେଠୀ ଟୁଇଟ୍‌ କରି କହିଛନ୍ତି କି ଭାରତ ବୋଧହୁଏ ପାକିସ୍ତାନ ସହ ଖେଳିବାକୁ ଓ ହାରିବାକୁ ଭୟ କରି ଏଭଳି କରୁଛି ।

ତେବେ ଏହାର କଡ଼ା ଉତ୍ତର ରଖିଛନ୍ତି ଜୟ ଶାହ । ସେ କହିଛନ୍ତି ଏଭଳି କିଛି ଉଦ୍ଦେଶ୍ୟ ନାହିଁ । ଏମିତିକି ଏସିଆ କପ୍‌କୁ କାହିଁକି ୟୁଏଇରେ କରାଗଲା ନାହିଁ ତାର ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ଜୟ ଶାହ । ସେ କହିଛନ୍ତି, ଯାହା କିଛି କରାଯାଇଛି ସବୁ ବୋର୍ଡ଼ ସଦସ୍ୟଙ୍କ ସହମତିରେ । କାରଣ, ୟୁଏଇର ଗରମରେ କେହି ଖେଳିବାକୁ ରାଜି ହେଲେ ନାହିଁ ।

ନିକଟରେ ପିସିବି ବିସିସିଆଇ ସଭାପତି ରୋଜର ବିନ୍ନି ଏବଂ ଉପସଭାପତି ରାଜୀବ ଶୁକ୍ଳା ପାକିସ୍ତାନ ଗସ୍ତ କରିଥିଲେ । ପିସିବିର ନିମନ୍ତ୍ରଣରେ ଯାଇ ସେଠାରେ ଏସିଆ କପ୍‌ ମ୍ୟାଚ୍‌ ଦେଖି ଫେରିଛନ୍ତି । ଏମିତିକି ପୁଣିଥରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ୍‌ ପୁଣିଥରେ ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି । ସେହି ସମୟରେ ଏଭଳି ବିବାଦ ନକାରାତ୍ମକ ଭାବନା ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.