Below header

ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରୁ ଦୂରେଇ ରୁହ, ସେନା ଅଧିକାରୀଙ୍କ ପରିବାରକୁ ଚେତାବନୀ

ଭାରତୀୟ ସେନା ଅଧିକାରୀ କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ଯେକୌଣସି ବଡ଼ ହ୍ଵାଟ୍ସଆପ ଗ୍ରୁପ୍‌ ଠାରୁ ସତର୍କ ରହିବା ପାଇଁ ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ ସତର୍କ କରାଇ ଦେଇଛି । ଗୋଇନ୍ଦା ବିଭାଗ ପାକିସ୍ତାନ ଆଡ଼କୁ ଏପରି ଇସାରା କରି ଭାରତୀୟ ସେନା ଅଧିକାରୀଙ୍କୁ ଏଥିପ୍ରତି ସଜାଗ ରହିବାକୁ  ପରାମର୍ଶ ଦେଇଛନ୍ତି ।

ଭାରତୀୟ ସୈନ୍ୟମାନେ ନିଜର ଗୋପନୀୟତା ବଜାୟ ରଖନ୍ତୁ ଏବଂ ଏଭଳି କୌଣସି ହ୍ଵାଟ୍ସଆପ ଗ୍ରୁପ୍‌ର ସହ ଯୋଡ଼ି ହୁଅନ୍ତୁ ନାହିଁ, ଯେଉଁଥିରେ ସେନା ସମ୍ବନ୍ଧିତ ଖବର ଓ ସେମାନଙ୍କର ବିଶ୍ୱସନୀୟତା ଲିକ୍‌ ହେବାର ଆଶଙ୍କା ରହିଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚନା ଅନୁଯାୟୀ, ପାକିସ୍ତାନୀ ସେନା ହ୍ଵାଟ୍ସଆପ ଗ୍ରୁପ ମାଧ୍ୟମରେ ଗୋଇନ୍ଦାଗିରି କରି ତଥ୍ୟ ହାସଲ କରିବାକୁ ଲଗାତର ପ୍ରୟାସ କରି ଆସୁଛି । ଏଜେନ୍ସିର କହିବା ଅନୁସାରେ ଏହିଭଳି କିଛି ହ୍ଵାଟ୍ସଆପ ଆପ୍‌ ମାଧ୍ୟମରେ ଅଧିକାରୀମାନେ ହନି ଟ୍ରାପ୍‌ର ଶିକାର ହେଉଛନ୍ତି । ସେଥିପାଇଁ ଭାରତୀୟ ସେନା କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ବଡ଼ ହ୍ଵାଟ୍ସଆପ ଗ୍ରୁପ୍‌ରେ ନରହିବା ପାଇଁ ସେନା କର୍ତ୍ତପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.