ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ଶାନ୍ତିପୂର୍ଣ୍ଣ ସମାବେଶ

ରେଲୱେରେ ଘରୋଇକରଣକୁ ବିରୋଧ କରି ସର୍ବ ଭାରତୀୟ ରେଲୱେ ମେନ୍ସ ଫେଡେରେସନ୍ ଏବଂ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ଶାନ୍ତିପୂର୍ଣ୍ଣ ସମାବେଶ । ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳପଥ ମହାପ୍ରବନ୍ଧକ କାର‌୍ୟ୍ୟାଳୟଙ୍କ ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକମାନେ ସମାବେଶ କରିଛନ୍ତି ।

ରେଲୱେରେ ଘରୋଇକରଣ ଓ ନିଗମୀକରଣ ନିଷ୍ପତ୍ତିର ପୁନର୍ବିଚାର ଓ ତୁରନ୍ତ ପ୍ରତ୍ୟାହାର, ରେଳ ସଦନ ସାମ୍ନାରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ, ରେଲୱେ ହସ୍ପିଟାଲ ଓ ହେଲଥ ୟୁନିଟରେ ଉଚ୍ଚମାନର ମେଡିସିନ୍ର ବ୍ୟବସ୍ଥା ଭଳି ୩୧ ଦଫା ଦାବି ରଖିଛି ସଂଘ । ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ସମାବେଶରେ ଦାବି କରାଯାଇଛି ।

Leave A Reply

Your email address will not be published.