ଶ୍ରୀମନ୍ଦିର ବାହୁଡିବା ପାଇଁ ବଡ଼ଠାକୁରଙ୍କ ପ୍ରସ୍ତୁତି, ଆଜି ନେଲେ ଦକ୍ଷିଣ ମୋଡ

ଶ୍ରୀମନ୍ଦିର ବାହୁଡ଼ିବାକୁ ପ୍ରସ୍ତୁତ ହେଲେଣି ମହାପ୍ରଭୁ। ୩ରଥର ଆଜି ହୋଇଛି ଦକ୍ଷିଣ ମୋଡ଼। ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡାମାନେ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ଦେବା ପରେ ରଥ ନେଇଥିଲା ଦକ୍ଷିଣ ମୋଡ଼।

ନବଦିନାତ୍ନକ ଯାତ୍ରାରେ ଥିବା ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼। ସପ୍ତମୀ ତିଥିରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ପାରମ୍ପରିକ ରୀତିନୀତିରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷକୁ ନାକଚଣା ଦ୍ୱାର ନିକଟକୁ ନିଆଯାଇଛି। ସକାଳୁ ମହାପ୍ରଭୁଙ୍କର ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ସହ ସକାଳ ଧୂପ ପରେ ଆସିଥିଲା ଆଜ୍ଞାମାଳ। ପୂଜାପଣ୍ଡାମାନେ ଆଜ୍ଞାମାଳ ଆଣି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଦେବା ପରେ ରଥର ଦକ୍ଷିଣମୋଡ଼ ହୋଇଥିଲା।

ପରମ୍ପରା ଅନୁସାରେ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟଣାଯାଇଥିଲା। ପୋଲିସ, ଆରପିଏଫ କର୍ଡନ କରି ରଥକୁ ଟାଣିଥିଲେ। ରଥରେ ନିୟୋଜିତ ପୋଲିସଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ରହି ଏହାର ନେତୃତ୍ୱ ନେଇଥିଲେ। କଡ଼ା ପୋଲିସ କଟକଣାରେ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା।ନୀତିରେ ସାମାନ୍ୟ ବିଳମ୍ବ ହେବାରୁ ରଥ ଆଜ୍ଞାମାଳ ଆସିବାରେ ବିଳମ୍ବ ହୋଇଥିଲା। ତେବେ ପୋଲିସ, ପ୍ରଶାସନ ଓ ସେବକଙ୍କ ସହାୟତାରେ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.