Below header

ପୋଲିସ ଏତଲା ଅନଲାଇନରେ ପହଞ୍ଚିବ କୋର୍ଟ, ଡିସେମ୍ବର ଶେଷସୁଦ୍ଧା ସାରା ରାଜ୍ୟରେ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ପୋଲିସ ଏତଲା ଏଣିକି ଅନଲାଇନରେ କୋର୍ଟରେ ପହଞ୍ଚିବ। ଖୁବଶୀଘ୍ର କଟକ ଏସଡିଜେଏମ କୋର୍ଟରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ଡିସେମ୍ବର ଶେଷସୁଦ୍ଧା ସାରା ରାଜ୍ୟରେ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜେଲଗୁଡ଼ିକୁ ସେପ୍ଟେମ୍ବର ମାସରୁ ଏଥିରେ ସଂଯୋଗ କରାଯିବ ବୋଲି କହିଛନ୍ତି ରାଜ୍ୟ ଅପରାଧ ବ୍ୟୁରୋର ନିର୍ଦ୍ଦେଶକ ଏଡିଜି ସୁଧାଂଶୁ ଷଡ଼ଙ୍ଗୀ। ରାଜ୍ୟ ସରକାର ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେଉଛନ୍ତି। ଜନସାଧାରଣଙ୍କ ପାଖରେ ସହଜରେ ପୋଲିସ ପହଞ୍ଚିବା ଉପରେ ଆରକ୍ଷୀ ଆପ୍ ଆରମ୍ଭ ହୋଇଛି।

CCTNS ବ୍ୟବସ୍ଥା ଲାଗୁ ହେବା ପରେ ୨୦୦୫ ଠାରୁ ରେଜିଷ୍ଟର ହୋଇଥିବା ଏଫଆଇଆର, ଗିରଫ ହୋଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା, ଚାର୍ଜସିଟର ସୂଚନା, କ୍ରାଇମ ରେକର୍ଡ ଡାଟାବେସରେ ଉପଲବ୍ଧ ହୋଇଛି। ପୋଲିସର ଆଭ୍ୟନ୍ତରୀଣ କାର‌୍ୟ୍ୟକ୍ରମ, ତଦନ୍ତର ଅଗ୍ରଗତିକୁ ସୁସଂଗଠିତ କରିବାକୁ ଉଦ୍ୟମ ହୋଇଛି। CCTNS ବ୍ୟବସ୍ଥା ଅନୁସାରେ ଅନଲାଇନ ଏତଲା ଗ୍ରହଣ କରିବାକୁ ପ୍ରୟାସ ଜାରି ରହିଛି। ରାଜ୍ୟରେ OPERABLE CRIMINAL JUSTICE SYSTEM ବା ( ICJS) ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ପୋଲିସ, କୋର୍ଟ, ଜେଲ, ଓ ଫରେନସିକ ଲାବ୍ରୋଟରୀ ସମସ୍ତ ଏକତ୍ରିକ ହୋଇ ଗୋଟିଏ ଡାଟା ବେସରେ ରହିବେ। CCTNS ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୧୩୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.