ପରଫରମାନ୍ସ ଆପ୍ରାଇଜାଲ, ଏସ୍ପି ଏବଂ ଅତିରିକ୍ତ ପିସିସିଏଫ ଓ ତାଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ଦକ୍ଷତା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଏସପି ଓ ଆଇଏଫଏସଙ୍କ ପରଫରମାନ୍ସ ଆପ୍ରାଇଜାଲ ପ୍ରକ୍ରିୟାରେ ସଂଶୋଧନ। ଏଣିକି ଏହି ଅଧିକାରୀଙ୍କ ଆକସେପ୍ଟିଂ ଅଥରିଟି ରହିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଏସ୍ପିମାନଙ୍କ ଆକସେପ୍ଟିଂ ଅଥରିଟି ଥିଲେ ପୋଲିସ ଡିଜି। ନୂଆ ପ୍ରକ୍ରିୟାକୁ ପୂର୍ବତନ ପୋଲିସ ଅଧିକାରୀ ସ୍ୱାଗତ କରିଛନ୍ତି।

ଏଣିକି ସବୁ ଜିଲ୍ଲାର ଏସ୍ପି ଏବଂ ଅତିରିକ୍ତ ପିସିସିଏଫ ଓ ତାଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ଦକ୍ଷତା ନିଜେ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ। ସେମାନଙ୍କ ବାର୍ଷିକ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ ମୁଖ୍ୟମନ୍ତ୍ରୀ ପାଖରେ ଦାଖଲ ହେବ। ବର୍ତ୍ତମାନ ବ୍ୟବସ୍ଥାରେ ଏସ୍ପିଙ୍କ ରିପୋର୍ଟିଂ ଅଥରିଟି ଜିଲ୍ଲାପାଳ ଥିଲେ। ରିଭିଉଙ୍ଗ୍ ଅଥରିଟି ଥିଲେ ଡିଆଇଜି। ଏବଂ ଆସେପ୍ଟିଂ ଅଥରିଟି ଥିଲେ ଡିଜି। ଏବେ ଏଥିରେ ସଂଶୋଧନ ହୋଇଛି। ମୁଖ୍ୟମନ୍ତ୍ରୀ ହେବେ ଆସେପ୍ଟିଂ ଅଥରିଟି। ଏପରି ସଂଶୋଧନକୁ ପୂର୍ବତନ ପୋଲିସ ଅଧିକାରୀ ସ୍ୱାଗତ କରିଛନ୍ତି। କହିଛନ୍ତି ଏହାଫଳରେ ପୋଲିସ-ପବ୍ଲିକ ଓ ସରକାରଙ୍କ ମଧ୍ୟରେ ଭଲ ସମନ୍ଵୟ ରହିବ।

ନିଶ୍ଚିତ ପଢ଼ନ୍ତୁ: ଓଡ଼ିଶା ପୋଲିସକୁ ସଫଳତା, IT କ୍ଷେତ୍ରରେ ସଫଳତା ପାଇଁ ମିଳିବ ଡିଜି NCRB…

କେବଳ ସେତିକି ନୁହଁ ଦକ୍ଷତା ମାପିବାକୁ ଥିବା ମାପକାଠିରେ ୫ଞର ସ୍ଥାନ ରହିବ। ପରଫରମାନ୍ସ ଆପ୍ରାଇଜାଲରେ ୫ଞ ପାଇଁ ୨୦ ପ୍ରତିଶତ ୱେଟେଜ୍ ରହିବ। ଏହାସହ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଭାଗଗୁଡିକ ଅଧିନରେ ଥିବା ନିର୍ଦ୍ଦେଶାଳୟଗୁଡିକ କମ୍ପୋଜାଇଟ୍ ଏନ୍ଟିଟି ଭାବେ କାମ କରିବେ। ଏଥିପାଇଁ ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ, ଓସ୍ୱାସରେ ତଦନୁଯାୟୀ ପରିବର୍ତ୍ତନ ଅଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.