Below header

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଛାତ୍ରୀ ପ୍ରସବ କଲେ ଶିଶୁପୁତ୍ର, ନାମ ଦେଲେ ଇମ୍‌ତିହାନ୍‌

ନୂଆଦିଲ୍ଲୀ :  ମା’ ହେବା ଗୌରବର କଥା । ଯଦି ଶିଶୁ ପୁତ୍ରଟିଏ ଜନ୍ମ ହେଲା ତେବେ ଆହୁରି ଆନନ୍ଦ କଥା । ନିକଟରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଯାହାର ନାମ ରଖିଛନ୍ତି ଇମ୍‌ତିହାନ୍‌ ।

ଏପରି ଘଟଣା ଘଟିଛି ବିହାର ମୁଜାଫର ଜିଲ୍ଲା ଏମ୍‌ଡିଡିଏମ୍‌ ପରୀକ୍ଷା କେନ୍ଦ୍ରରେ । ଶାନ୍ତି ଦେବୀ ଶୁକ୍ରବାର ଏଠାରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିଲେ । ଅଚାନକ୍‌ ତାଙ୍କର ପ୍ରସବ ବେଦନା ଆରମ୍ଭ ହେଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍‌ପିଟାଲକୁ ନିଆଗଲା । ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ । ଶିଶୁ ପୁତ୍ରକୁ ପାଇ ମା’-ବାପା ବେଶ୍‌ ଖୁସି ଅଛନ୍ତି । ପରୀକ୍ଷା ସମୟରେ ସେ ଶିଶୁକୁ ଜନ୍ମ ଦେଇଥିବାରୁ ତା’ର ନାମ ରଖିଛନ୍ତି ଇମ୍‌ତିହାନ୍‌ ।

ଡାକ୍ତର କହିବା ଅନୁଯାୟୀ, ମା’ ଓ ଶିଶୁ ଦୁହେଁ ଭଲ ଅଛନ୍ତି । ମା’ ଶାନ୍ତି କୁହନ୍ତି ଯେ ପାଠ ପଢ଼ି ସେ ଆଗକୁ ଯିବାକୁ ଚାହାଁନ୍ତି । ତେଣୁ କିଛି ବି ପରିସ୍ଥିତିରେ ସେ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି । ଭଗବାନ ତାଙ୍କୁ ଏକ ପୁତ୍ର ଦେଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.