ଆଜି ବି ବିଧାନସଭାରେ ସରଗରମ ଧାନ ତାତି, ସମବାୟ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ଫିଙ୍ଗି ଦେଲେ ପ୍ରଦୀପ୍ତ ନାଏକ

କେନ୍ୟୁଜ୍(ବ୍ୟୁରୋ):  ଆଜି ବି ବିଧାନସଭାରେ ଧାନ ତାତି । ସ୍ୱାଭାବିକ ହୋଇପାରିଲାନି ଗୃହ କାର୍ଯ୍ୟ । ଗୃହରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରନାହିଁ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ।  ଏଯାଏ ୫୫ ଦଶମିକ ୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ସୂଚନା ଦେଇଥିଲେ । ଗତବର୍ଷ ଏହି ସମୟ ମଧ୍ୟରେ ୪୪. ୬୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା କହିଥିଲେ । ଯାହାକି ଗତବର୍ଷ ଅପେକ୍ଷା ଏଯାଏ ୨୧ ପ୍ରତିଶତ ଅଧିକ । ହେଲେ ବିରୋଧୀ ହଟ୍ଟଗୋଳ କରିବାରୁ ପୂର୍ବାହ୍ନ ଅଧିବେଶନ ପୂରା ଠପ୍ ହୋଇଯାଇଥିଲା ।

ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମବାୟ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ଫିଙ୍ଗି ଦେଇଥିଲେ । ସେ ଦାବି ରଖିଥିଲେ, ମଣ୍ଡିରେ ସବୁ ଚାଷୀଙ୍କ ଧାନ ଉଠାଯାଉ । ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଯୋଗାଇ ଦିଆଯାଉ । ଏସଂପର୍କରେ ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚିରା କାଗଜ ଫିଙ୍ଗିଥିଲେ । କଂଗ୍ରେସ ମଧ୍ୟ ସମାନ ଦାବି ରଖିଥିଲା । ଗୃହରେ ସ୍ୱତନ୍ତ୍ର ଭାବେ ମୋସନ ଆଣି ଆଲୋଚନା କରିବାକୁ ଦାବି ରଖିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.