Below header

କରୋନା ହେଉଛି ୧୦ ଗୁଣ ଅଧିକ ଭୟଙ୍କର, ବାରମ୍ବାର ବଦଳାଉଛି କାୟା : ଏମିତି କହିଲେ ଆମେରିକାର ଗବେଷକ

କୋଭିଡ୍‌ ୧୯ ଭାଇରସ୍‌ ବିଶ୍ୱରେ ଆତଙ୍କ ଖେଳାଇଛି । କୈାଣସି ଦେଶ ଏଯାଏ ଏଥିପାଇଁ କୈାଣସି ଔଷଧ ବାହାର କରିପାରି ନାହାଁନ୍ତି । ଗୋଟିଏ ପଟରେ କରୋନା ଭାଇରସ୍‌ ଉପରେ ଗବେଷଣା ଜାରି ରହିଥିବା ବେଳେ ଏହି ଭାଇରସ୍‌ ତା’ର କୋଷ ବିଭାଜନ ପ୍ରକ୍ରିୟାକୁ ପରିବର୍ତ୍ତନ କରି ଚାଲିଛି ।

corna-1

ଫଳରେ ଏହା ଅଧିକ ମାରାତ୍ମକ ହେବାରେ ଲାଗିଛି । ଆମେରିକା ସ୍କ୍ରିପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଗବେଷକଙ୍କ କହିବା ଅନୁଯାୟୀ କରୋନା ଭାଇରସ ଏବେ ୧୦ ଗୁଣ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହି ଗବେଷକଙ୍କ କହିବା ଅନୁଯାୟୀ ବ୍ରିଟେନ୍‌ ଓ ଇଟାଲିରେ ଏହି ଭାଇରସ୍‌ ଏପରି ତା’ର କୋଷ ବିଭାଜନ କରୁଛି ଯେ ତାହା ୧୦ ଗୁଣ ଅଧିକ ସଂକ୍ରମିତ ହୋଇ ପଡିଛି ।

corna-2

ଗବେଷକଙ୍କ କହିବା ଅନୁଯାୟୀ ଏହାର କୋଷ ବିଭାଜନ ଏତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯେ ଏହା ସିଧାସଳଖ ଶରୀରର ରିସେପ୍ଟର୍ସ (ପ୍ରତିରୋଧକ କୋଷ) ଉପରେ ଆକ୍ରମଣ କରୁଛି । କରୋନାର ଏହି ବିଭାଜିତ ଭାଇରସ୍‌ର ନାମ D614G ଦିଆଯାଇଛି ।

ଯେଉଁଥିରେ କରୋନା ଅପେକ୍ଷା ୪ରୁ ୫ଗୁଣ ଅଧିକ ‘ସ୍ପାଇକ୍‌ ପ୍ରୋଟିନ୍‌’ ଦେଖିବାକୁ ମିଳିଛି । ଗବେଷଣା ଅନୁଯାୟୀ ଏହି D614G ଭାଇରସ୍‌ ୧୦ ଗୁଣ ଅଧିକ ସଂକ୍ରାମକ ଓ ସ୍ଥିର । ଯେଉଁଥିପାଇଁ ଏହି ଭାଇରସ୍‌ କେତକ ଦେଶ ଓ ସହରରେ ଅଧିକ ସଂକ୍ରମଣ କରୁଛି ।

corna-3

ଏହା ଉପରେ ଗବେଷକମାନେ ଗବେଷଣା ଜାରି ରଖିଛନ୍ତି । ଏହି D614G ଭାଇରସ୍‌ ଯୋଗୁ ଇଟାଲି, ବ୍ରିଟେନ୍‌ ଓ ନ୍ୟୁୟର୍କରେ କରୋନା ଭାଇରସ୍‌ର ପ୍ରକୋପ ଅଧିକ ଦେଖାଦେଇଛି ।  ପ୍ରକାଶ ଯୋଗ୍ୟ ଯେ ସାରା ଦୁନିଆରେ କରୋନାରେ ଏପର୍ଯ୍ୟନ୍ତ ୭୭.୬ ଲକ୍ଷ୍ୟ ଲୋକ ସଂକ୍ରମିତ ହୋଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.