ଟିକଟକକୁ ଟକ୍କର ଦେବ ଓଡ଼ିଆ ଯୁବକଙ୍କ ଚିଙ୍ଗାରୀ ଆପ,ସପ୍ତାହ ମଧ୍ୟରେ ପ୍ରାୟ ୧ଲକ୍ଷ ଲୋକ କରିସାରିଲେଣି ଡାଉନ୍‌ଲୋଡ

କେନ୍ୟୁଜ୍ (ବ୍ୟୁରୋ):ଟିକଟକକୁ ଟକ୍କର ଦେବ ଓଡ଼ିଆ ଯୁବକଙ୍କ ଚିଙ୍ଗାରୀ ଆପ । ଏକ ସପ୍ତାହ ମଧ୍ୟରେ ଏହି ଚିଙ୍ଗାରୀ ଆପକୁ ପ୍ରାୟ ୧ଲକ୍ଷ ଲୋକ ଡାଉନ୍‌ଲୋଡ କରିସାରିଲେଣି । ବର୍ତ୍ତମାନ୍‌ କରୋନା ମହାମାରୀର ସମୟରେ ଚାଇନା ଆପ୍‌ ଟିକ୍‌ଟକ୍‌କୁ ପ୍ରତ୍ୟାଖାନ୍‌ କରିବାକୁ ସୋସିଆଲ୍‌ ମିଡିଆରେ ପ୍ରଚାର ହେଉଛି ।

ଆଉ ଠିକ୍‌ ଏହି ସମୟରେ ଓଡିଆ ଯୁବକଙ୍କ ଏହି ଚିଙ୍ଗାରୀ ଆପ୍‌ ଭାରତୀୟଙ୍କ ପାଇଁ ଏକ ଅମୋଘ ଅସ୍ତ୍ର ପାଲଟିଛି । ଏହି ଆପ୍‌ ଠିକ୍‌ ଟିକ୍‌ଟକ୍‌ ଭଳି । ଏହି ଆପ କୁ ପ୍ରସ୍ତୁତି କରିଛନ୍ତି ବେଙ୍ଗାଲୁରୁ ରେ ଆଇଟି କମ୍ପାନୀ ରେ କାର୍ଯ୍ୟରତ ଦୁଇ ଯୁବକ ସିର୍ଦ୍ଧାର୍ଥ ଗୌତମ ଏବଂ ଓଡ଼ିଆ ପୁଅ କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ଅଡଶପୁର ଗ୍ରାମର ବିନୋଦ ନାୟକଙ୍କ ପୁଅ ବିଶ୍ବାତ୍ମା ନାୟକ । ସେ ଭୁବନେଶ୍ୱର ଆଇଟିଆର କଲେଜର ପୂର୍ବତନ ଛାତ୍ର ଅଟନ୍ତି । ସ୍ୱଦେଶୀ ଢାଞ୍ଚାରେ ଏହି ଆପ୍‌କୁ ନିର୍ମାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.