Below header

ଯଦି ଆପଣ ଚୌକିଦାର ତେବେ ମୋ ପୁଅ କାହିଁ ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଖୋଜ ନଜୀବଙ୍କ ମା’ଙ୍କ ପ୍ରଶ୍ନ

ଚଳିତ ନିର୍ବାଚନରେ ପୁଣି ଥରେ ବିଜୟ ରଥ ଗଡାଇବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଦେଇଛି ବିଜେପି । ଗତ ୨୦୧୪ ସାଧାରଣ ନିର୍ବାଚନରେ ଚାଏ ପେ ଚର୍ଚ୍ଚା କ୍ୟାମ୍ପେନ ମାଧ୍ୟମରେ ଲୋକଙ୍କ ନିକଟବର୍ତ୍ତୀ ହୋଇଥିଲେ । ସେହିଭଳି ଏକ ଅଭିନବ କ୍ୟାମ୍ପେନ କରି ଆଗାମୀ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଲାଇଛନ୍ତି । ତେବେ ଏଥର ଆଉ ଚାଏ-ପେ-ଚର୍ଚ୍ଚା କ୍ୟାମ୍ପେନ ନୁହେଁ ବରଂ ‘ମେ ହୁଁ ଚୌକିଦାର ’ ନାମକ ଏକ କ୍ୟାମ୍ପେନ କରିଛନ୍ତି । ଆଉ ଏବେ ଠାରୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ନିଜ ନାମ ନରେନ୍ଦ୍ର ମୋଦି ଆଗରେ ଚୌକିଦାର ବୋଲି ଲେଖିଛନ୍ତି । ସେହିଭଳି ବିଜେପିର ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ସାହ ଓ ବିଜେପିର ତୁଙ୍ଗ ନେତୃବନ୍ଦ ମଧ୍ୟ ଟ୍ବିଟର ଓ ସୋସିଆଲ ମିଡିଆରେ ନିଜ ନାମ ଆଗରୁ ଚୌକିଦାର ଲେଖିଥବାର ଦେଖିବାକୁ ମିଳିଛି ।

ତେବେ ବିଜେପିର ଏହି ପଦକ୍ଷେପ ପରେ ଜେଏନୟୁରୁ ନିଖୋଜ ହୋଇଯାଇଥିବା ଛାତ୍ର ନଜୀବ ଅହମ୍ମଦଙ୍କ ମା’ ଏହି କ୍ୟାମ୍ପେନକୁ ନେଇ ମୋଦିଙ୍କୁ କରିଛନ୍ତି ସମାଲୋଚନା । ନଜୀବ ଅହମ୍ମଦଙ୍କ ମା’ ଟୁଇଟ୍ କରି ମୋଦିଙ୍କୁ ପଚାରିଛନ୍ତି ଯଦି ଆପଣ ଚୌକିଦାର ତେବେ ମୋର ପୁଅ କେଉଁଠି ଅଛି । ଏବଂ ଏବିବିପି ର ଅଭିଯୁକ୍ତ ଏଯାଏଁ କାହିଁକି ଗିରଫ ହୋଇନାହିଁ । କଣ ଦେଶର ତିନିଟି ଯାକ ଶ୍ରେଷ୍ଠ ଏଜେନ୍ସି ମୋ ପୁଅ ଖୋଜିବାରେ ବିଫଳ । ସୂଚନା ଯୋଗ୍ୟ ଜେଏନୟୁର ଏମଏସସିର ପ୍ରଥମ ବର୍ଷ ଛାତ୍ର ନଜୀବ ଅହମ୍ମଦ ୨୦୧୬ରୁ ନିଖୋଜ ଅଛନ୍ତି । ଆଉ ଘଟଣାର ଯାଂଚ କରୁଥିବା ଏଜେନ୍ସି ଏଯାଏଁ ନଜୀବଙ୍କର କୌଣସି ଖୋଜ ଖବର ପାଇପାରିନାହିଁ ।

ଅନ୍ୟପଟେ ଟୁଇଟରରେ ଲଗାତାର ଦୁଇଦିନ ହେବ ଚୌକିଦାର ଫିର୍ ସେ ଟ୍ରେଣ୍ଡ କରୁଛି । କଂଗ୍ରେସ୍ ନେତା ରାଫେଲ୍ ଡିଲକୁ ନେଇ ଚୌକିଦାର ଚୋର ହୈ ନାରା ଦେଇଥିଲେ । ଏବେ ବିଜେପି ଏହି ନାରାକୁ କରିଦେଇଛି ବୁମେରାଂ । ମେ ଭି ଚୌକିଦାର ନାଁରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.