୧୦୦ଟଙ୍କିଆ ୧୦ଟି ନୋଟ ୩ ଥରରେ ଗଣିପାରିଲା ନାହିଁ ବର, ବେଦୀ ଛାଡି ଚାଲିଗଲେ କନ୍ୟା

ବିହାର : ମଧୁବନୀ ଜିଲ୍ଲାର ପଣ୍ଡୋଲ ଗ୍ରାମରେ ଜଣେ ମଙ୍ଗୁଳା କନ୍ୟା ବର ଅଶିକ୍ଷିତ ହୋଇଥିବାରୁ ବିବାହ କରିବାରୁ ମନା କରିଦେଇଛନ୍ତି। ମହିଳା ଜଣଙ୍କ ଏହି ନିଷ୍ପତି ବରମାଳା ପିନ୍ଧାଇବା ପରେ ନେଇଥିଲେ। ସବୁଠାରୁ ଖୁସି କଥା ହେଉଛି, ମହିଳାଙ୍କ ଏହି ନିଷ୍ପତିରେ ତାଙ୍କ ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ କରିଥିଲେ। ସେହିପରି ବିବାହ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ପାଠପଢ଼ୁଆ ପୁଅର ପ୍ରସ୍ତାବ ମଧ୍ୟ ଝିଅ ପାଇଁ ଦେଇଥିଲେ।

ଘଟଣାଟି ୧୩ ମାର୍ଚ୍ଚରେ ଘଟିଥିଲା। ପଣ୍ଡୋଲ ଗ୍ରାମର ପୁଅର ବିବାହ ମୋବିନପୁର ଗ୍ରାମର ରହିକା ପାଖଣ୍ଡଙ୍କ ସହ ସ୍ଥିର ହୋଇଥିଲା। ବିବାହର ରୀତି ଅନୁଯାୟୀ ବରଯାତ୍ରୀ ଯାଇ କନ୍ୟା ଦ୍ବାରରେ ପହଞ୍ଚିଥିଲା। ଏହାପରେ ବରମାଳା ହୋଇଥିଲା। ପରେ ବେଦୀ ଉପରେ ମହିଳାଙ୍କ ସାଙ୍ଗ ମାନେ ବର ସାଙ୍ଗରେ କଥା ବାର୍ତ୍ତା ହେଉଥିଲେ। ଯେଉଁଥିରେ ତାଙ୍କୁ ବରର ଶିକ୍ଷିତ ହୋଇଥିବା ନେଇ ସନ୍ଦେହ ଯାତ ହୋଇଥିଲା।

marriage

କନ୍ୟାଙ୍କ ସାଙ୍ଗ ମାନେ ବରକୁ ଅନେକ ପ୍ରଶ୍ନ ପଚାରିଥିବା ବେଳେ ସେକୌଣସିର ଉତ୍ତର ଦେଇପାରି ନଥିଲେ। ଏହାପରେ ପୁଅ ଜଣଙ୍କ ଶିକ୍ଷିତ କି ନୁହଁ ପରୀକ୍ଷା କରିବାକୁ ଯାଇ ତାଙ୍କୁ ୧୦୦ଟଙ୍କିଆ ୧୦ଟି ନୋଟ ଧରାଇଥିଲେ। ଯାହାକୁ ବରଜଣଙ୍କ ସଠିକ୍ ଭାବେ ଗଣି ମଧ୍ୟ ପାରିନଥିଲେ। ଏହି ସମୟରେ ତିନିଥର ଚେଷ୍ଟା କରି ମଧ୍ୟ ସେ ଟଙ୍କା ଗଣି ପାରିନଥିଲେ। ଏହାପରେ ତାଙ୍କୁ ଜିଲ୍ଲାର ନାମ ପଚାରିଥିଲେ କିନ୍ତୁ ସେ ବିହାର କହିବା ସ୍ଥାନରେ ପଣ୍ଡୋଲ ବୋଲି କହିଥିଲେ। ଏଥିରୁ ଜଣା ପଡିଥିଲା କି ପିଲା ଜଣଙ୍କ ବିଲକୁଲ ଅଶିକ୍ଷିତ ଥିଲେ। ଯାହାପରେ ମହିଳା ଜଣଙ୍କ ସାହାସ ଦେଖାଇଲେ ଏବଂ ଅଶିକ୍ଷିତ ବରକୁ ବାହା କରିବେ ନାହିଁ ବୋଲି କହିଥିଲେ।

ନିଶ୍ଚିତ ପଢ଼ନ୍ତୁ:ଖ୍ରୀଷ୍ଟଚର୍ଚ୍ଚ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ୨ ଭାରତୀୟଙ୍କ ପରିଚୟ ମିଳିଲା

ମଙ୍ଗୁଳା କନ୍ୟାଙ୍କ ଏହି ନିଷ୍ପତିରେ ଖୁବ ଖୁସି ଥିଲେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି। ଏନେଇ ବରଯାତ୍ରୀରେ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ଶିକ୍ଷିତ ପୁଅଙ୍କ ପ୍ରସ୍ତାବ ଝିଅ ପାଇଁ ଦେଇଥିଲେ। ଯେଉଁଥିରେ ହଁ କହିଥିଲେ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.