Below header

ଦିଲ୍ଲୀରେ ତୀବ୍ର ହେବାରେ ଲାଗିଛି ବାୟୁ ପ୍ରଦୂଷଣ, ଅଧାବର୍ଷ ଭିତରେ ଗଲାଣି ୨୪୦୦୦ ଜୀବନ

ଦେଶର ରାଜଧାନୀ ଦିଲ୍ଲୀରେ ଦିନ କୁ ଦିନ ଭୟାବହ ରୂପ ନେବାରେ ଲାଗିଛି ବାୟୁ ପ୍ରଦୂଷଣ । ୨୦୨୦ ମସିହା ଆରମ୍ଭ ହେବାର ୬ ମାସ ଭିତରେ କେବଳ ବାୟୁ ପ୍ରଦୂଷଣ କାରଣରୁ ୨୪୦୦୦ଙ୍କ ଜୀବନ ଯାଇ ସାରିଲାଣି । ଏକ ସଂସ୍ଥା ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଏହି କାରଣରୁ ସରକାରଙ୍କୁ ୫.୮ ପ୍ରତିଶତ କ୍ଷତି ସହିବାକୁ ପଡିଛି । ଆଇକ୍ୟୁଏୟରର ଏୟାର ଭିଜୁଆଲ ଓ ଗ୍ରୀନ ପିସ ଦକ୍ଷିଣ ପୂର୍ବ ଏସିଆ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଷର ପ୍ରାରମ୍ଭିକ ଛ ମାସର ଅବଧି ଭିତରେ ହିଁ ବାୟୁ ପ୍ରଦୂଷଣ କାରଣରୁ ୨୬ ହଜାର ୨୩୦ କୋଟି ଟଙ୍କାର କ୍ଷତି ହୋଇଛି ଯାହା ବାର୍ଷିକ ଜିଡିପିର ପାଖାପାଖି ୫.୮ ପ୍ରତିଶତ ହେବ । ଯଦି ବିଶ୍ୱର ୨୮ ଟି ପ୍ରମୁଖ ସହରର ଜିଡିପିକୁ ଧ୍ୟାନରେ ରଖାଯାଏ ତେବେ ଦିଲ୍ଲୀର ଅବସ୍ଥା ସର୍ବାଧିକ ଜଟିଳ ସ୍ଥିତିରେ ଥିବା ଜଣାଯାଇଛି ।

new delhi

ଅନ୍ୟ ପକ୍ଷରେ, ଗ୍ରୀନପିସ ତରଫରୁ ଏକ ବୟାନରେ ଜାରି କରାଯାଇଛିକି, ୨୦୨୦ ମସିହା ଆରମ୍ଭର ୬ ମାସ ଭିତରେ ଦିଲ୍ଲୀରେ ୨୪୦୦୦ ଲୋକଙ୍କ ମୃତ୍ୟୁ ପଛରେ କେବଳ ମାତ୍ର ଏହି ବାୟୁ ପ୍ରଦୂଷଣ ହିଁ ଦାୟୀ । ଯେବେକି ଵାୟୁପ୍ରଦୂଷଣ କାରଣରୁ ମୁମ୍ବାଇରେ ୧୪୦୦୦ ହଜାର ଲୋକଙ୍କ ଜୀବନ ଯାଇଛି । କେବଳ ମାତ୍ର ଏହି କାରଣରୁ ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ଏହି ଅବଧିର ସମୟ ଭିତରେ ୧୪୦୦୦ ଲୋକଙ୍କ ଜୀବନ ଯିବା ସହ ଏହି କାରଣରୁ ଏଠାକାର ସରକାରଙ୍କୁ ୧୫୭୫୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।ଦେଶରେ ଗୋଟେ ପଟେ କରୋନା ମହାମାରୀ ନିଜ କାୟା ବିସ୍ତାର କରିଚାଲିଥିବା ବେଳେ ବାୟୁ ପ୍ରଦୂଷଣର ଭୟାବହତା ବି ଲୋକଙ୍କ ମନରେ କିଛି କମ ଡର ଛାଡି ନାହିଁ । ଗୋଟେ ପଟେ ପରିବେଶ ପ୍ରଦୂଷଣ ଓ ଅନ୍ୟ ପଟେ ମହାମାରୀ ।

ଦେଶର ଆର୍ଥିକ ସ୍ଥିତିକୁ ଏହି ଦୁଇ ଦୁରବସ୍ଥାର ସାମ୍ନା କରିବାକୁ ପଡୁଛି । ଯଦି ଏମିତି ଅବସ୍ଥା ଲାଗି ରହେ ଆଗକୁ ଦେଶକୁ ଯେ କେତେ କ୍ଷତି ସହିବାକୁ ପଡିବ ତାହାର କିଛି ଠିକଣା ନାହିଁ । କହିରଖିବା ଉଚିତ ହେବକି, କରୋନା କାରଣରୁ ପ୍ରତିଦିନ ହାରାହାରି ୫୦୦ ଲୋକଙ୍କ ଜୀବନ ଯାଉଛି । ଏଯାବତ ଦେଶରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର କରି ଗଲାଣି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଉପରେ । ବାୟୁରୁ କରୋନା ବ୍ୟାପିପାରେ ବୋଲି ବିଶ୍ୱର ୩୨ଟି ଦେଶ ଦାବି କରିବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଏଥିରେ ହଁ ଭରି ସାରିଲାଣି । ଏଣୁ ବେଳହୁଁ ସତର୍କ ନହେଲେ ଆଗକୁ ପରିସ୍ଥିତି ଯେ କେତେ ଜଟିଳ ହେବ ତାହା ସହଜରେ ଅନୁମେୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.