ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଉପରେ ନିର୍ମାଣ ହେବ ଫିଲ୍ମ !

ବଲିଉଡର ଲୋକମାନେ ସର୍ବଦା ଏକ ନୂତନ ବିଷୟ ଖୋଜୁଥାନ୍ତି ଏବଂ କିଛି ଘଟିବା ମାତ୍ରେ ତୁରନ୍ତ ଫିଲ୍ମ ନିର୍ମାଣ ବିଷୟରେ ଘୋଷଣା କରନ୍ତି । କାରଣ ଆଜିକାଲି ଲୋକମାନେ କାଳ୍ପନିକ ଅପେକ୍ଷା ବାସ୍ତବ ଜୀବନ ଘଟଣାରେ ନିର୍ମିତ ଏକ ଚଳଚ୍ଚିତ୍ର ପ୍ରତି ଅଧିକ ଆଗ୍ରହ ଦେଖାନ୍ତି ।

ଗତ କିଛି ଦିନ ହେବ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ନେଇ ନିରନ୍ତର ଆଲୋଚନା ଚାଲିଛି । ବିକାଶ ଏବଂ ତାଙ୍କ ଲୋକଙ୍କ ଯୋଗୁଁ ଆଠ ଜଣ ପୋଲିସ ପ୍ରାଣ ହରାଇଥିଲେ । ଏହା ପରେ ବିକାଶ ପଳାଇ ଯାଇଥିଲେ । ତାଙ୍କ ପଛରେ ପୋଲିସ ଥିଲା। ହଠାତ୍ ସେ ଉଜ୍ଜୟିନୀରେ ଧରାପଡିଯାଇଥିଲେ ।

Kanpur Gangster Vikas Dubey Surrender Or Encounter Latest News in ...

ଉତ୍ତରପ୍ରଦେଶ ପୋଲିସ ସିଧାସଳଖ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚି ସେଠାରୁ ତାଙ୍କୁ ଧରି କାନପୁରକୁ ନେଇ ଯାଇଥିଲା । ଆଉ କାନପୁରଠାରୁ କିଛି ଦୂରରେ ଘଟିଥିଲା ଏକ ନାଟକୀୟ ଘଟଣା । ପୋଲିସର ସୂଚନାନୁସାରେ, ଜିପ୍ ଓଲଟି ପଡିଥିଲା । ବିକାଶ ପଳାଇ ଯାଇଥିଲେ । ପୋଲିସ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା କିନ୍ତୁ ସେ ମାନି ନଥିଲେ ।

ଏହି ସମୟରେ ବିକାଶ ପ୍ରଥମେ ଗୁଳି ଚଳାଇଲା ଆଉ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା ଯାହାଦ୍ୱାରା ବିକାଶର ମୃତ୍ୟୁ ହୋଇଥିଲା । ମିଳିଥିବା ଖବର ଅନୁଯାୟୀ ଏହି ଘଟଣାକୁ ନେଇ ଫିଲ୍ମ କରିବା ପାଇଁ ଜଣେ ବଲିଉଡ ନିର୍ମାତା ବହୁତ ଆଗ୍ରହୀ ଅଛନ୍ତି ଏବଂ ସେ ଖୁବ ଶୀଘ୍ର ଫିଲ୍ମ ନିର୍ମାଣ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି । ତେବେ ଏଥିରେ ବିକାଶ କିପରି ଜଣେ ଗ୍ୟାଙ୍ଗଷ୍ଟର ହେଲେ ଏବଂ ପରେ ପୋଲିସ ହାତରେ ମୃତ୍ୟୁ ବରଣ କଲେ ସେ ସବୁ ପ୍ରଦର୍ଶିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.