Below header

ଡ୍ରଗ୍ସ କାରବାର ଧରିବା ପାଇଁ ୧୫ ଦିନ ଧରି ଅପରେସନ୍‌ ଚଳାଇଥିଲା NCB,ପକ୍କା ପ୍ରମାଣ ମିଳିବା ପରେ କରିଥିଲା ରେଡ୍‌

କେନ୍ୟୁଜ୍(ବ୍ୟୁରୋ):ବଲିଉଡରେ ଡ୍ରଗ୍ସ କାରବାର ଉପରେ ବହୁ ଦିନରୁ ନଜର ରଖିଥିଲା NCB । ୧୫ ଦିନ ଧରି ଚାଲିଥିଲା ଅପରେସନ୍‌ । ୧୫ ଦିନ ଭିତରେ ଅନେକ ଗୁଇନ୍ଦା ରିପୋର୍ଟ ନିଆଯାଇଥିଲା। ପକ୍କା ପ୍ରମାଣ ମିଳିବା ପରେ ରେଡ୍‌ ହୋଇଥିଲା। ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ କ୍ରୁଜରେ ଚଢଉ କରାଯାଇଥିଲା। ଏହା ସହ ଏକ ଫ୍ୟାସନ ଶୋର ମଧ୍ୟ ଆୟୋଜନ କରାଯାଇଥିଲା।

NCB ଟିମ୍‌ ଯାତ୍ରୀ ହୋଇ ଯାଇଥିଲେ। ଜାହାଜ ମାଲିକ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଜେରା କରାଯିବ । ଏଥିରେ ବିଦେଶୀ ନାଗରିକ, ଫିଲ୍ମ ଇଣ୍ଡଷ୍ଟ୍ରି ଓ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି କି ନାହିଁ ସେନେଇ ଚାଲିଛି ଖୋଳତାଡ। ଆଗକୁ ରେଡ୍‌ ଜାରି ରହିବ। ଅଟକ ଥିବା ୮ଜଣଙ୍କ ବୟାନକୁ ଆଧାର କରି ଆଗକୁ ରେଡ୍‌ କରାଯିବ ବୋଲି କହିଛନ୍ତି NCB ଡିଜି ଏସ.ଏନ୍‌ ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.