ଭଗବାନ ଏମିତି ଦୁଃଖ କାହାକୁ ବି ଦିଅନାହିଁ, ମୋ ବାପାଙ୍କୁ ଭଲ କରିଦିଅ

ଦଶରଥପୁର ( କେନ୍ୟୁଜ) : ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ। ଏଇ ଯେମିତି ୟାଙ୍କ ପରିବାର। ଅଭାବ ଭିତରେ ବି ହସଖୁସିରେ ଚଳୁଥିଲା ପରିବାର। କିନ୍ତୁ ହଠାତ୍‌ ମାଡିଆସିଲା ଦୁଃଖର ପାହାଡ। ଯେଉଁ ଦୁଃଖ ଏତେ କଷ୍ଟଦାୟକ ଯେ ଏଭଳି ଦୁଃଖ ଆଉ କାହାକୁ ଯେମିତି ନଦିଅନ୍ତୁ ଭଗବାନ। ଉଚ୍ଚ ଶିକ୍ଷିତ,ବେକାରୀ ଜୀବନ, ଲାଗି ରହିଛି ଅଭାବ ଅନଟନ, ଆଉ ତାରି ଭିତରେ ମାଡିଆସିଲା ଅଚିହ୍ନା ରୋଗ।

ଏମିିତି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନନ୍ଦିପୁର ଗ୍ରାମପଞ୍ଚାୟତ ଶାସନ ଗାଁରେ। ଏହି ଗାଁର ଅଭୟ ଶତପଥୀଙ୍କ ଜୀବନରେ ହଠାତ୍‌ ଘୋଟି ଆସିଲା ଅନ୍ଧକାର। ଉଚ୍ଚ ଶିକ୍ଷୀତ ହୋଇ ବି ଚାକିରି ନପାଇବାରୁ ପୂଜା ପାଠ କରି ଘର ଚଳାଉଥିଲେ। କିନ୍ତୁ ହଠାତ୍‌ ବ୍ରେନ ଷ୍ଟ୍ରୋକରେ ପୀଡିତ ହେଲେ ଅଭୟ। ଆଉ ତାପରେ ପରିବାରର ସ୍ଥିତି ପୂରା ବଦଳିଗଲା। ଭାଙ୍ଗିଗଲା ଦୁଇ ପୁଅଙ୍କର ସ୍ୱପ୍ନ। ପାଠ ପଢ଼ି ଡାକ୍ତର ହେବାକୁ ଆଶା ରଖିଥିଲେ, କିନ୍ତୁ ସବୁ ସ୍ୱପ୍ନ ଯେମିତି ଭାଙ୍ଗିରୁଜି ଚୁରମାର ହୋଇଗଲା।

ବାପା ଘରେ ପଡିରହିଲେ। ବାପାଙ୍କ କାନ୍ଦ କାନ୍ଦ ମୁହଁ ଦେଖି ସମ୍ଭାଳିପାରୁନାହାଁନ୍ତି ପରିବାର ଲୋକେ। ଘରର ସ୍ଥିତି ଏତେ ସୋଚନୀୟ ହୋଇଗଲା ଯେ ମୁଠାଏ ଖାଇବାକୁ ବି କଷ୍ଟକର ହୋଇପଡିଲା। ସାହି ପଡିଶା ସାହାଯ୍ୟରେ କଷ୍ଟେ ମଷ୍ଟେ ଚଳୁଛି ପରିବାର, କିନ୍ତୁ ଏମିତି କେତେ ଦିନ।

ପ୍ରଶାସନ ସ୍ତରରେ ଦୁଃଖ ଜଣାଇଥିଲେ ମଧ୍ୟ ଆଜି ପଯ୍ୟନ୍ତ କେହି ହେଲେ ସାହାଯ୍ୟର ହାତ ବଢ଼ାଇଲେ ନାହିଁ।ଗୋଟିଏ ଓଳି ରୋଷେଇ ହେଲେ ଆର ଓଳିର ଚିନ୍ତା ମାଡି ଆସେ। ସେଠି ରୋଗ ଭଲ କରିବା କଥା ଉଠୁଛି କେଉଁଠି। ତେଣୁ ପ୍ରଶାସନ ନିହାତି ଭାବେ ଏମାନଙ୍କ ଦୁଃଖ ବୁଝିବା ଦରକାର। ଏହି ପରିବାରକୁ ହିଁ ନିହାତି ଭାବେ ସରକାରୀ ସହାୟତାର ଆବଶ୍ୟକ ପଡୁଛି। ଦୟାକରି ପ୍ରଶାସନ କିମ୍ବା କୌଣସି ସଂସ୍ଥା ଏ ଅଭାବୀ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ଛୋଟ ପ୍ରୟାସ ଗୋଟେ ଘର ଭାସିଯିବା ପୂର୍ବରୁ ସୁଧାରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.