Below header

ଏମ୍ସରୁ ଡିସଚାର୍ଜ ହେଲେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ସୀତାରମଣ, ପାକସ୍ଥଳୀରେ ସଂକ୍ରମଣ ହେବାରୁ ସୋମବାର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ

କେନ୍ୟୁଜ୍‌(ବ୍ୟୁରୋ): ଏମ୍ସରୁ ଡିସଚାର୍ଜ ହେଲେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳାଙ୍କ ପାକସ୍ଥଳୀରେ ମାଇନର ସଂକ୍ରମଣ ହେବାରୁ, ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସୋମବାର ଏମ୍ସର ପ୍ରାଇଭେଟ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ । ଏହାସହ ସେ ନିୟମିତ ଭାବେ ଏମ୍ସକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସୁଥିବା କୁହାଯାଉଛି । ବୁଧବାର ସେ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

କେନ୍ଦ୍ର ସରକାର ବଜେଟ ଉପସ୍ଥାପନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ ସୀତାରମଣଙ୍କ ଏମ୍ସରୁ ଛୁଟି ମିଳିବା ଏକ ଭଲ ଖବର । ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇପାରେ । ଏହାରି ଭିତରେ ଶିଳ୍ପପତି ଓ ଚାମ୍ବର୍ସ ଅଫ କମର୍ସ ସହ ବୈଠକ କରି ସାରିଛନ୍ତି ସୀତାରମଣ । ଆଗାମୀ ବର୍ଷର ବଜେଟ ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ ହେବ । ଯେହେତୁ ୨୦୨୪ ଆରମ୍ଭରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହାସହ ଏଥର ଆଗୁଆ ନିର୍ବାଚନ ହେବାରବି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.