ନୂଆବର୍ଷରେ ଆସିଗଲା ଧମାକାଦାର ଅଫର୍ସ, ଶସ୍ତାରେ କିଣନ୍ତୁ Maruti Brezzaର ଏହିସବୁ ମଡେଲ

ଆସିଗଲା ନୂଆବର୍ଷ ପାଇଁ ଧମାକାଦାର ଅଫର୍ସ। ମାତ୍ର ଅଳ୍ପ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ Maruti Brezza । ଯେଉଁଥିରେ ଆପଣ ରହିବେ ବଢ଼ିଆ ଫାଇଦାରେ.. ଯଦି ଆପଣ ବି ଜଣେ କାର ଲଭର୍ସ। ତେବେ ଏହି ଖାସ ଖବର କେବଳ ଆପଣଙ୍କ ପାଇଁ..

ଭାରତରେ ଏବେ ସବ-୪ମିଟର ଏସୟୁବି ସେଗମେଣ୍ଟ ର ଡିମାଣ୍ଡ ବହୁତ ଅଧିକ ରହିଛି। ଏହି ସେଗମେଣ୍ଟର ବିିକ୍ରି ବହୁତ ଭଲ ରହିଥାଏ। ମାରୁତି ସୁଜୁକି ବ୍ରେଜା ଏହି ସେଗମେଣ୍ଟର ଏସୟୁବି। ଏହା ବହୁତ ଭଲ ଭଲ୍ୟୁମରେ ବିକି ହେଉଛି। ଚଳିତ ବର୍ଷ ମାରୁତି ସୁଜୁକି ବ୍ରେଜାର ଫେସଲିଫ୍ଟ ଭର୍ସନ ଲଞ୍ଚ କରିଥିଲା। ଏହାପରେ ଗାଡ଼ିର ବିକ୍ରି ବହୁତ ଅଧିକ ହୋଇସାରିିଛି। ତେବେ କମ୍ପାନୀ ଯେତେବେଳେ ପ୍ରଥମ ଥର ବ୍ରେଜା ଏସୟୁବି ଲଞ୍ଚ କରିଥିଳଶ ସେତେବେଳେ ଏହା ଗ୍ରାହକଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା। ଲୋକପ୍ରିୟତା ହାସଲ କରିଥିବା ଏହି ଗାଡ଼ି ପୁଣି ଥରେ ନିଜ ଗ୍ରାହକଙ୍କୁ ଖୁସି କରାଇଦେଇଛି।

ଏବେ ବ୍ରିଜାର ୨୦୨୨ ଫେସଲିଫ୍ଟ ଭର୍ସନ ବିକ୍ରି କରାଯାଉଛି। ଯାହାର ଦାମ ୮ ଲକ୍ଷ ଟଙ୍କା ରୁ ଆରମ୍ଭ ହୋଇଛି। କିନ୍ତୁ ଆମେ କହିବୁ ଏଥିରେ ଥିବା ଏକ ଟ୍ଵିଷ୍ଟ। ଯେଉଁ ବ୍ୟକ୍ତିଙ୍କ ପାଖରେ ଏତେ ବଜେଟ ନାହିଁ। ତେବେ ସେ ପୁରୁଣା ବ୍ରେଜା ମଧ୍ୟ କିଣିପାରିବେ। କମ୍ପାନୀ ଏହାର େଓ୍ଵବସାଇଟରେ ଅନେକ ଲିଷ୍ଟ ସେୟାର କରିଛି। ଯାହାକୁ ବିକ୍ରି କରାଯିବ। ଏମିତିରେ ଆମେ ଆପଣଙ୍କୁ କିଛି ଲିଷ୍ଟ କହିବୁ ଯାହାର ଦାମ ମାତ୍ର ସାଢ଼େ ତିନି ଲକ୍ଷ ଟଙ୍କା ରହିଛି।

ଆମେ କହୁଛୁ ୨୦୧୭ ର ଲିଷ୍ଟେଡ ହୋଇଥିବା ମଡେଲ Maruti Vitara Brezaa VDI । ଯାହାର ଦାମ ୩ ଲକ୍ଷ ୮୦ ହଜାର ଟଙ୍କା ରହିଛି। ଏହା ଫାଷ୍ଟ ଓନର କାର। ଏହା ବହୁତ ଲୋକପ୍ରିୟତା ହାସଲ କରିଛି। କାର ଏବେ ପର୍ଯ୍ୟନ୍ତ ମୋଟ ୨ଲକ୍ଷ ୫୪ ହଜାର ୬୮୪ କିମି ଚାଲିସାରିଛି। ଏହା ବିକ୍ରି ମାନେସର ରେ ହେଉଛି। ଏହାର ରେଜିଷ୍ଟ୍ରେସନ ମଦ୍ୟ ସେଠାରେ ଅଛି। ଏହା ଡିଜେଲ ଇଞ୍ଜିନ କାର।

ପରେ ରହିଛି ୨୦୧୮ରେ ଲିଷ୍ଟେଡ ହୋଇଥିବା Vitara Brezza LDI କାର। ଏହାର ଦାମ ହେଉଛି ୪ଲକ୍ଷ ୯୦ହଜାର ଟଙ୍କା। ଏହା ଫାଷ୍ଟ ଓନର କାର। ଏବେ ପର୍ଯ୍ୟନ୍ତ ଏହା ୯୦୭୯୫କିମି ଚାଲିସାରିଛି। ଏହାର ବିକ୍ରି କୋଲକତା ରେ ହେଉଛି । ଏହାର ରେଜିଷ୍ଟ୍ରେସନ ମଧ୍ୟ ସେହି ଲୋକେସନର ରହିଛି। ଏହା ମଧ୍ୟ ଡିଜେଲ ଇଞ୍ଜିନ କାର। ଏହାର ୧ ବର୍ଷ ପାଇଁ ଓ୍ଵାରେଣ୍ଟି ପାଇବେ।

ପରେ ଅଛି ୨୦୧୬ ମଡେଲ Vitara Brezza LDI(O) । ଏହାର ଦାମ ରହିଛି ୫ ଲକ୍ଷ ୩୦ ହଜାର ଟଙ୍କା। ଏହା ଫାଷ୍ଟ ଓନର କାର। ଏବେ ପର୍ଯ୍ୟନ୍ତ ଏହା ୧ ଲକ୍ଷ କିମି ରୁ ଅଧିକ ବାଟ ଚାଲିସାରିଛି। କାର ଡିଜେଲ ଇଞ୍ଜିନର,, ଏହାର ବିକ୍ରି କୁରୁକ୍ଷେତ୍ରରେ ହେଉଛି। ରେଜିଷ୍ଟ୍ରେସନ ମଧ୍ୟ ସେମ ଲୋକେସନର ରହିଛି।

ଶେଷରେ ରହିଛି ୨୦୧୮ ର ମଡେଲ Vitara Brezaa ZDI । ଯାହାର ଦାମ ହେଉଛି ୫ ଲକ୍ଷ ୫୦ ହଜାର ଟଙ୍କା। ଏହା ଫାଷ୍ଟ ଓନର କାର। ଏବେ ଯାଏ ଏହା ୮୩ ହଜାର ୫୮୮ ଟଙ୍କା ଚାଲିସାରିଛି। କାର ଡିଜେଲ ଇଞ୍ଜିନ ଚାଳିତ। ଏହାର ବିକି୍ରି ଗୋରଖପୁରରେ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.