Below header

ପାକିସ୍ତାନରେ ଜଘନ୍ୟ ହତ୍ୟାକାଣ୍ଡ! ହିନ୍ଦୁ ମହିଳାଙ୍କ ମୁଣ୍ଡ ଓ ସ୍ତନ ଛେଦନ କରି ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ; ମୁହଁରୁ ଉତାରିଦେଲେ ଚର୍ମ

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଏବେ ଜଣେ ବିଧବା ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମହିଳାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ବୀଭତ୍ସ କରି ଦିଆଯାଇଛି। ଏକ ବିଲରୁ ମହିଳାଙ୍କର ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ପରେ ଆଖପାଖ ଅଞ୍ଚଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ଘଟଣାକୁ ନେଇ ସେଠାରେ ରହୁଥିବା ହିନ୍ଦୁ ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି।

ସିନ୍ଧ ରାଜ୍ୟର ସଂଘାରରେ ରହୁଥିବା ଦୟା ଭିଲ୍‌ ଏହି ହତ୍ୟାର ଶିକାର ହୋଇଛନ୍ତି। ତାଙ୍କର ବୟସ ୪୦ ବର୍ଷ ଥିଲା। ଦୟାଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ପୋଲିସ ଏକ ବିଲରୁ ଜବତ କରିଛି। କେବଳ ଏତିକି ନୁହେଁ, ତାଙ୍କ ମୁହଁର ଚମଡ଼ା ମଧ୍ୟ ଉତାରି ଦିଆଯାଇଛି। କୌଣସି ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ସ୍ତନଦ୍ୱୟକୁ କାଟି ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥି ସହିତ ପୂରା ଶରୀରର ସ୍ଥାନେ ସ୍ଥାନେ କଟା ଦାଗ ଏବଂ ଚମଡ଼ା ଉତରାଯିବାର ଚିହ୍ନ ଥିବା ଦେଖାଯାଇଛି।

ଏହି ଜଘନ୍ୟ କାଣ୍ଡକୁ ନେଇ ପାକିସ୍ତାନ ସୋସିଆଲ ମିଡିଆରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ଲୋକେ ଏହି ଘଟଣାରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମୃତ ଦୟା ଭିଲ୍‌ଙ୍କର ୪ ପିଲା ଥିବା ଜଣାପଡ଼ିଛି। ପିଲାମାନଙ୍କ କହିବା ହେଲା, ତାଙ୍କ ମା’ଙ୍କର କାହା ସହିତ ବି କୌଣସି ଶତ୍ରୁତା ନ ଥିଲା। ସେପଟେ ପୋଲିସ ସୂଚନା ଅନୁସାରେ, ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ତେବେ ଏହା ପ୍ରଥମ ମାମଲା ନୁହେଁ, ଏଥି ପୂର୍ବରୁ ବି ଗତ ମାର୍ଚ୍ଚରେ ସିନ୍ଧର ଜଣେ ୧୮ ବର୍ଷୀୟା ହିନ୍ଦୁ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.