Below header

ବର୍ତ୍ତମାନ ଅନଲାଇନରେ ପାଇପାରିବେ କଏଦୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ, ମିଳିବ ଭେଜ୍- ନନଭେଜ୍ ଆଇଟମ୍

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାାନେ ଅନଲାଇନରେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କରିଥାନ୍ତି। କିନ୍ତୁ ବହୁତ ଜଲଦି ଆପଣମାନେ କଏଦୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ। କେରଳରେ ଅବସ୍ଥିତ କେନ୍ଦ୍ରିୟ ସେଣ୍ଟ୍ରାଲ ଜେଲରୁ ଏହା ଆରମ୍ଭ ହେଉଛି। ସୂଚନା ଅନୁଯାୟୀ ସେଣ୍ଟ୍ରାଲ ଜେଲର କଏଦୀ ପୂର୍ବ ୮ ବର୍ଷରୁ ଫ୍ରିଡମ ଫୁଡ୍ ଫ୍ୟାକ୍ଟ୍ରି ଜରିଆରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁଥିରେ ବିରିୟାନୀ ଏବଂ ରୁଟି ଭଳି ଅନେକ ଆଇଟମ୍ ସାମିଲ ରହିଛି। କଏଦୀମାାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଖାଦ୍ୟକୁ ଅନେକ ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ସହ ପାର୍ଟନରସିପ୍ ମାଧ୍ୟମରେ ବିକ୍ରି କରାଯିବ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଏଦୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଜେଲ୍ ବାହାର କାଉଣ୍ଟରରେ ବିକ୍ରି କରାଯାଉଛି।

cookକଏଦୀମାନେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ଫ୍ରିଡମ କମ୍ବୋ ମିଲ୍ ରହିଛି। ଯେଉଁଥିରେ ୩୦୦ ଗ୍ରାମ ବିରିୟାନୀ, ୩ଟି ରୁଟି, ଗୋଟିଏ ଚିକେନ ଲେଗ ଫ୍ରାଏ, ଚିକେନ ତରକାରୀ, ସାଲାଡ୍, ଆଚାର, ପାଣି ଏବଂ କପ କେକ୍ ରହିଛି। ଏହାବ୍ୟତୀତ ପ୍ଲେଟ ବଦଳରେ କଦଳୀ ପତ୍ର ମିଳିବ। ଏହି ଫ୍ରିଡମ କମ୍ବୋ ମିଲ୍ ର ମୂଲ୍ୟ ୧୨୭ ଟଙ୍କା ରଖାଯାଇଛି। କେନ୍ଦ୍ରିୟ ସେଣ୍ଟ୍ରାଲ ଜେଲ୍ ର ସୁପରିଟେଣ୍ଡ ନିର୍ମାଲନନ୍ଦନ ନାୟରଙ୍କ କହିବା ଅନୁଯାୟୀ କଏଦୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.