ଲାଗୁଥିଲା ଅଭିନୟ କିନ୍ତୁ ଥିଲା ସତ ! ଟିକଟକ୍ ଭିଡିଓ ବନାଇବା ସମୟରେ ଗଭୀର ପାଣିରେ ବୁଡିଗଲେ ଯୁବକ

ତେଲେଙ୍ଗାନା ହାଇଦରାବାଦରେ ଟିକଟକ୍ ଭିଡିଓ ବନାଇବା ସମୟରେ ଏକ ଯୁବକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। କୁହାଯାଉଛି ଯେ ଦୁଇ ଜଣ ସମ୍ପର୍କୀୟ ଭାଇ ହ୍ରଦକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଦୁହେଁ ହ୍ରଦ ଭିତରକୁ ଯାଇ ଡ୍ୟାନ୍ସ କରି ସେଲ୍ଫି ନେବାକୁ ଲାଗିଲେ। ଏହାପରେ ଜଣେ ଯୁବକ ହ୍ରଦର କୂଳକୁ ଆସି ଟିକଟକ୍ ପାଇଁ ଭିଡିଓ ବନାଇବାକୁ ଠିଆହେଲେ ଏବଂ ଅନ୍ୟ ଜଣେ ଯୁବକ ପାଣିରେ ଡ୍ୟାନ୍ସ କରୁଥିଲା।

youthକିନ୍ତୁ ଏହି ସମୟରେ ଗଭୀର ପାଣିକୁ ପଶିଯିବା କାରଣରୁ ହ୍ରଦ ଭିତରେ ଥିବା ଯୁବକ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଗଲା। ଏହି ସମୟରେ ଭିଡିଓ ବନାଉଥିବା ଯୁବକଙ୍କୁ ଲାଗିଲା ଯେ ସେ ଅଭିନୟ କରୁଛନ୍ତି। କିନ୍ତୁ କିଛି ସମୟ ପରେ ଜାଣିବାକୁ ପାଇଲେ ଯେ ସେ ସତରେ ବୁଡି ଯାଉଛନ୍ତି। ଏହାପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଗଲା।

ଏହା ସହ ପଢନ୍ତୁ : ଟିକଟକ୍ ଭିଡିଓ କରିବାକୁ ବାରଣ କଲେ ସ୍ବାମୀ, ଏମିତ ରିପ୍ଲାଇ ଦେଇ ସ୍ତ୍ରୀ କଲେ ଆତ୍ମହତ୍ୟା

କିନ୍ତୁ ହଠାତ୍ କେହି ଜାଣିପାରିଲେ ନାହିଁ ଯେ ସେ ଟିକଟକ ଭିଡିଓ ପାଇଁ ଅଭିନୟ କରୁନାହାନ୍ତି ବରଂ ସତରେ ଗଭୀର ପାଣିରେ ବୁଡିଯାଉଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ପରେ ମଧ୍ୟ କୌଣସି ସଫଳତା ମିଳିନଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.