Below header

ପ୍ରଥମେ ବଳାତ୍କାରର ମିଛ ଆରୋପ ତାପରେ ଲୁଟୁଥିଲେ ଟଙ୍କା, ପୋଲିସ ହାତରେ ବଡ଼ ହନିଟ୍ରାପ ଗ୍ୟାଙ୍ଗ

ହରିୟାଣାର ପାଲୱାଲରେ ହନିଟ୍ରାପ କରି ଯୁବକଙ୍କୁ ୬ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏଥିସହ ପୀଡିତଙ୍କ ଦୁଇ ଲକ୍ଷ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

ଏହି ଗିରଫ ବ୍ୟକ୍ତିମାନେ ବଳାତ୍କାର ନାମରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସର ସୂଚନାନୁସାରେ, ଜଣେ ମହିଳା ପୋଲିସରେ ଅଭିଯୋଗ କରି କହିଥିଲେ ଯେ ଅଗଷ୍ଟ ୨୧ ତାରିଖ ରାତିରେ ତାଙ୍କୁ ଜଣେ ଯୁବକ ବଳାତ୍କାର କରିଥିଲା । ପୀଡିତାଙ୍କ ଅଭିଯୋଗରେ ପୋଲିସ ଅରୱାନ ଗାଁର ଜଣେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା । କିନ୍ତୁ ଅଭିଯୋଗ କରିବା ପରେ ଉକ୍ତ ମହିଳା ଅଭିଯୁକ୍ତ ଯୁବକଙ୍କୁ ଛଅ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଶେଷରେ ତାଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ । ଯୁବକ ଜଣକ ଏହି ପୁରା ବାର୍ତ୍ତାଳାପକୁ ରେକର୍ଡ କରି ପୋଲିସକୁ ଦେଇଥିଲେ । ରେକର୍ଡିଂ ଆଧାରରେ ପୋଲିସ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲା ।

ପଲୱଲର ଷ୍ଟେସନ୍ ଇନ୍-ଚାର୍ଜଙ୍କ କହିବା ଅନୁଯାୟୀ ଏହି ଲୋକମାନେ ହନିଟ୍ରାପର ଏକ ଗ୍ୟାଙ୍ଗ ଚଳାନ୍ତି । ଏଥିରେ ଜଣେ ମହିଳାଙ୍କ ସମେତ ଚାରି ଜଣ ଅନ୍ତର୍ଭୁକ୍ତ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ସେମାନଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.