Below header

ଇଣ୍ଟରନେଟ୍‌ ବ୍ୟବହାରକାରୀ ସାବାଧାନ ! ଆଜିଠାରୁ କୋଭିଡ୍‌ ୧୯ ନାଁରେ ଭାରତରେ ଫିସିଙ୍ଗ୍ ସାଇବର ଆଟାକ୍‌ ଆଶଙ୍କା

କେନ୍ୟୁଜ୍ (ବ୍ୟୁରୋ):ଆଜିଠାରୁ ଭାରତରେ ସାଇବର ଆଟାକ୍‌ ଆଶଙ୍କା। ସାବାଧାନ, ଇଣ୍ଟରନେଟ୍‌ ବ୍ୟବହାରକାରୀ। କୋଭିଡ୍‌ ୧୯ ନାଁରେ ଫିସିଙ୍ଗ୍‌ ସାଇବର ଆଟାକ୍‌ ଆଶଙ୍କା। ଟାର୍ଗେଟ୍‌ରେ ଅଛନ୍ତି ଛୋଟ ବଡ଼ କଂପାନୀ ସହ ଭାରତୀୟ ନାଗରିକ। ଆଜିଠାରୁ ଏପରି କ୍ୟାମ୍ପେନ୍‌ ନେଇ ସମସ୍ତଙ୍କୁ ପୂର୍ବରୁ ଚେତାଇଥିଲେ କେନ୍ଦ୍ର ସରକାର ।

ଫିସିଙ୍ଗ୍‌ ଆଟାକ ଅର୍ଥ, ଏପରି ଏକ ଜାଲ୍‌ ଇମେଲ୍‌, ଯାହାକୁ ଆପଣ ଖୋଲିବା ପରେ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି ହୋଇଯିବ। ଭାରତୀୟ କମ୍ପ୍ୟୁଟର ଏମ୍‌ର୍ଜେନ୍‌ସୀ ରେସ୍‌ପନ୍‌ସ ଟିମ୍‌ CERT ସୂଚନା ମୁତାବକ, ସନ୍ଦିଗ୍ଧ ଇମେଲ [email protected] ଜରିଆରେ ଆସିପାରେ । CERT ଭାରତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧିନରେ କାମ କରୁଛି। ସୂଚନା ମୁତାବକ ଜାଲ୍‌ ଇମେଲ, ବ୍ୟବହାରକାରୀଙ୍କୁ ଏକ ଫେକ୍‌ ୱେବ୍‌ସାଇଟ୍‌କୁ ନେଇଯିବ। ଯେଉଁଠି ଆପଣଙ୍କୁ କିଛି ଫାଇଲ ଡାଉନ୍‌ ଲୋଡ୍‌ କରିବାକୁ କୁହାଯିବ।

ଯଦି ଡାଉନ୍‌ ଲୋଡ୍‌ କରିବେ ତେବେ ଆପଣଙ୍କ ବ୍ୟକ୍ତିଗତ ଡାଟା ସହ ଅର୍ଥନୈତିକ ସୂଚନା ଚୋରି ହୋଇଯିବ। ଛଦ୍ମ ରୂପରେ ଚିହ୍ନା ପରିଚିତ ଲିଙ୍କ୍‌ରୁ ଫିସିଙ୍ଗ୍‌ ଆଟାକ୍‌ ହେବ। ଆପଣଙ୍କୁ ଠକି ଏକ ସନ୍ଦିଗ୍ଧ ଲିଙ୍କ ଖୋଲିବାକୁ କହି ଡାଟା ଚୋରି କରି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.