Below header

ଚୀନ୍‌କୁ ଚେତାବନୀ ଦେଲେ ବାୟୁସେନା ମୁଖ୍ୟ, ଏଲ୍‌ଏସି ରେ ସବୁ ହରକତ୍‌ର ଜବାବ ଦେବାକୁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ :  ଚୀନ୍‌ର ଯେ କୈାଣସି ହରକତ୍‌ର ଉଚିତ୍‌ ଜବାବ୍‌ ଦେବାକୁ ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌ କେ ଏସ୍‌ ଭଦୋରିୟା ଶନିବାର ପ୍ରକାଶ କରିଛନ୍ତି । ଆମେ ଉଚିତ ସ୍ଥାନରେ ଆମର ପୋଜିସନ ନେଇଛୁ ।

ଚୀନ୍‌ର ବାୟୁସେନା କ୍ଷମତା, ତାଙ୍କର ବିମାନ ବନ୍ଦର ଓ କାର୍ଯ୍ୟ କରିବାର କୈାଶଳ ସବୁ ଆମକୁ ଜଣା । ଏଥର ଅଧିକ ହରକତ କଲେ ବାୟୁସେନା ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ଭଦୋରିଆ ପ୍ରକାଶ କରିଛନ୍ତି । ଆମର ବାୟୁ ସେନା ଲକ୍ଷ୍ୟ ପୁରା କରିବାରେ ଦୃଢ଼ ସଂକଳ୍ପିତ ।

 

ଗଲଓ୍ଵାନ ଘାଟିରେ ଆମ ବୀର ଜବାନଙ୍କ ବଳିଦାନକୁ କେବେ ବ୍ୟର୍ଥ ହେବାକୁ ଦେବୁ ନାହୁଁ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ଶ୍ରୀ ଭଦୋରିଆ ଆହୁରି କହିଛନ୍ତି ଯେ ସେନାଙ୍କ ସହ ଶାନ୍ତିପୂର୍ଣ୍ଣ ବାର୍ତ୍ତା ଚାଲିଥିବା ବେଳେ ଚୀନ୍‌ର ଅସ୍ୱୀକାର୍ଯ୍ୟ ଆକ୍ରମଣ ସତ୍ତ୍ୱେ ଏଲ୍‌ଏସି ନିକଟରେ ସ୍ଥିତି ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେଉ ବୋଲି ନିଶ୍ଚିତ କରାଯାଉଥିଲା ।

ହେଲେ ଚୀନ୍‌ର ହରକତ୍‌ରେ ପରିବର୍ତ୍ତନ ଦେଖି ଆମକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିଛି । ଭାରତୀୟ ବାୟୁସେନା ଚୀନ୍‌କୁ ଲାଗିଥିବା ୩୫୦୦ କିଲୋମିଟର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ସମସ୍ତ ବିମାନ ଘାଟିକୁ ହାଇ ଆଲର୍ଟ କରିଛି ।

air force

ଚୀନ ପ୍ରତିବର୍ଷ ସୀମାରେ ବିମାନ ଅଭ୍ୟାସ ସହ ସେନା ମୁତୟନ କରିଥାଏ । ହେଲେ ଏଥର ୫ ମଇ ପରେ ପୂର୍ବ ଲଦାଖ ଗଲ୍‌ଓ୍ଵାନ କ୍ଷେତ୍ରରେ ହିଂସକ ଗତିବିଧି ଜାରି ରହିଛି । ଯାହା ଫଳରେ ଦୁଇ ପକ୍ଷର ସେନାଙ୍କ ମଧ୍ୟରେ ହାତାହାତି ହୋଇଛି ।

ସୀମା ଗଣ୍ଡଗୋଳକୁ ଦୂର କରିବା ପାଇଁ ଦୁଇ ଦେଶର ସେନା ଓ କୂଟନୈତିକସ୍ତରରେ ବାର୍ତ୍ତା ଜାରି ରହିଛି ବୋଲି ବାୟୁ ସେନା ମୁଖ୍ୟ ଭଦୋରିଆ କହିଛନ୍ତି । ପ୍ରକାଶଯୋଗ୍ୟ ଯେ ଗଲ୍‌ଓ୍ଵାନ କ୍ଷେତ୍ରରେ କିଛି ଦିନ ତଳେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ଭାରତର ୨୦ ଜଣ ସେନା ସହିଦ ହୋଇଛନ୍ତି । ସେହିପରି ଚୀନ୍‌ର ୪୫ରୁ ଉର୍ଦ୍ଧ୍ୱ ସେନା ନିହତ ହୋଇଥିବା ଜଣାଯାଇଛି ।

air force-1

ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କର ମତ ନେଇଛନ୍ତି । ଭାରତର ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସବୁ ଦଳ ସମର୍ଥନ କରିବା ସହ ଦେଶ ସହ ଅଛନ୍ତି ବୋଲି ମନୋବଳ ଦେଇଛନ୍ତି ।

ଚୀନ୍‌ର ଗତିବିଧିକୁ ଦେଖି ଯେ କୈାଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ୩ ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକ କରିଛନ୍ତି ।

ଏଲ୍‌ଏସିରେ ସେନା କାର୍ଯ୍ୟାନୁଷ୍ଠାନର ଆଗାମୀ ଯୋଜନା କ’ଣ ହେବ ସେ ନେଇ ଶ୍ରୀ ସିଂହ ଆଲୋଚନା କରିଛନ୍ତି । ଯଦି ଯୁଦ୍ଧ ସ୍ଥିତି ଉପୁଜେ ଭାରତ ଚୀନ୍‌କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.