କରୋନା ମୁକାବିଲା ପାଇଁ ବିଲଡରଙ୍କ ମହାନତା,୧୯ ମହଲା ବିଲ୍ଡିଂକୁ କ୍ବାରେଣ୍ଟାଇନ ସେଣ୍ଟର ପାଇଁ ମୁମ୍ବାଇ ମ୍ୟୁନିସିପାଲିଟିକୁ କଲେ ହସ୍ତାନ୍ତର
କେନ୍ୟୁଜ୍ (ବ୍ୟୁରୋ): ମୁମ୍ବାଇରେ ଅଣାୟତ୍ତ ସ୍ଥିତିରେ ପହଞ୍ଚିଛି କରୋନା। ସାରା ଦେଶ ତୁଳନାରେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟ ଓ ମୃତକଙ୍କ ସଂଖ୍ୟରେ ନମ୍ବର-୧ ସ୍ଥିତିର ଅଛି। ଏଭଳି ପ୍ରତିକୂଳ ପରିସ୍ଥିତରେ କୋଭିଡ-୧୯ ଲଢେଇପାଇଁ ଅନେକ ଶିଳ୍ପପତି ଓ ଉଦ୍ୟୋଗପତିମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଜଣେ ବିଲଡର୍ ତାଙ୍କର ୧୯ ମହଲା ବିଶିଷ୍ଟ ନବନିର୍ମିତ ବିଲ୍ଡିଂକୁ କ୍ବାରେଣ୍ଟାଇନ ସେଣ୍ଟର କରିବାକୁ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ବା ବିଏମସିକୁ ହସ୍ତାନ୍ତର କରିଛନ୍ତି।
ସିଜି ଶରଣ ଡେଭଲପର୍ସର ମାଲିକ ମେହୁଲ ସାଙ୍ଗଭୀ କହିଛନ୍ତି ଫ୍ଲାଟର ମାଲିକମାନଙ୍କ ସହ ଆଲୋଚନା କରିବା ପରେ ଆମେ ସ୍ବେଚ୍ଛାକୃତ ଭାବରେ ଏହା କରିବାକୁ ନିଷ୍ପତ୍ତି ନେଇଛୁ। ଏହି ବିଲ୍ଡିଂଟି ଏବେ ଏକ କ୍ବାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହୃତ ହେଉଛି।
Maharashtra: A pvt builder hands over a 19-storey newly constructed, ready-to-move-in building to Municipal Corporation of Greater Mumbai. Mehul Sanghvi, builder says, “We decided willingly after discussing with tenants. It’s being used as quarantine centre for #COVID patients.” pic.twitter.com/PVhkR8ltfr
— ANI (@ANI) June 21, 2020
ମାଲାଡର ଏସଭି ରୋଡରେ ଅବସ୍ଥିତ ଏହି ବିଲ୍ଡିଂରେ ୧୩୦ ଫ୍ଲାଟ ରହିଛି, ଯେଉଁଥିପାଇଁ ଏହା ରାଜ୍ୟ ସରକାରଙ୍କଠାରୁ ବୃତ୍ତି ପ୍ରମାଣପତ୍ର ପାଇଥିଲା। ଫ୍ଲାଟ ମାଲିକମାନଙ୍କୁ ହସ୍ତାନ୍ତର କରିବାକୁ ଏହି ବିଲ୍ଡିଂ ପ୍ରସ୍ତୁତ ଥିଲା ।
ଏପର୍ଯ୍ୟନ୍ତ ୩୦୦ ରୋଗୀଙ୍କୁ ଏହି ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି। ପ୍ରତି ଫ୍ଲାଟରେ ଚାରି ଜଣ ଲଖାଏଁ ରୋଗୀ ରହୁଛନ୍ତି । ଏହି ନିଷ୍ପତ୍ତିରେ ମାଲାଡର ସାଂସଦ ଗୋପାଳ ସେଟ୍ଟୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଉତ୍ତର ମୁମ୍ବାଇର ବିଧାୟକ କହିଛନ୍ତି ଯେ ଶ୍ରୀ ସାଙ୍ଗଭୀଙ୍କ ସହ ସେ ଯୋଗାଯୋଗ କରିଥିଲେ ଏବଂ ମାଲାଡରେ କୋଭିଡ କେସ୍ ବୃଦ୍ଧି ପାଉଥିବାରୁ ଏହି ବିଲ୍ଡିଂକୁ କ୍ବାରେଣ୍ଟାଇନ ସେଣ୍ଟର ଭାବେ କରିବା ପାଇଁ ତାଙ୍କୁ କହିଥିଲେ।
ବିଧାୟକ କହିଛନ୍ତି, “ଆମେ ଖୁସି ଯେ ଏହି କଠିନ ସମୟରେ ଅଧିକ ଭଲ ସେବା କରିବା ପାଇଁ ମେହୁଲ ସାଙ୍ଗଭୀଙ୍କ ପରି ଲୋକମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲିଯାଇଛନ୍ତି। ଆମେ ଆଶା କରୁଛୁ ଯେ ଅନ୍ୟମାନେ ଏହିପରି ସହଯୋଗ କରିବା ପାଇଁ ଆଗେଇ ଆସିବେ ଏବଂ ଆମକୁ ଯଥାସମ୍ଭବ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବେ ” ।