Below header

ବିମାନ ୧ ଲିଟର ଇନ୍ଧନରେ କେତେ ମାଇଲେଜ୍‌ ଦେଇଥାଏ ଜାଣନ୍ତି କି ?

ବିମାନରେ ଯାତ୍ରା କରିବା ଏବେ ସାଧାରଣ କଥା ହୋଇଗଲାଣି । ସମସ୍ତେ ଆଜିକାଲି ଏହାର ଉପଯୋଗ କରୁଛନ୍ତି । ଅଳ୍ପ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏହାଠୁ ଭଲ ସାଧନ ଆଉ କିଛି ନଥାଇ ପାରେ । ସମୟ ଥିଲା କେବଳ ଧନୀକ ଶ୍ରେଣୀର ଲୋକେ ବିମାନ ଯାତ୍ର କରୁଥିଲେ । ହେଲେ ଆଜି ଏହା ସାଧାରଣ ହୋଇଯାଇଛି ।
ସାଧାରଣତଃ ଆମେ ଯେତେବେଳେ କୈାଣସି ବାଇକ୍‌, କାର୍‌ ବା ଗାଡ଼ି କିଣୁ ଆମେ ପ୍ରଥମେ ଏହାର ମାଇଲେଜ୍‌ ସମ୍ପର୍କରେ ପଚାରି ଥାଉ । କିନ୍ତୁ ବିମାନରେ ଯାତ୍ରା କଲାବେଳେ କେବେ ମନରେ ପ୍ରଶ୍ନ ଉଠିଥିବ ବିମାନର ମାଇଲେଜ୍‌ କେତେ ? ଗୋଟିଏ ଲିଟର ଇନ୍ଧନରେ ବିମାନ ଯାଏ କେତେ ବାଟ । ଆସନ୍ତୁ ଜାଣିବା ବିମାନ ସମ୍ପର୍କରେ କିଛି ରୋଚକ ତଥ୍ୟ ।

boeing-0

ବିମାନ ଗୋଟିଏ ଲିଟର ଇନ୍ଧନରେ କେତେ ବାଟ ଚାଲିଥାଏ ?

ସବୁ ଗାଡ଼ି ଭଳି ବିମାନ ମଧ୍ୟ ଇନ୍ଧନରେ ଚାଲିଥାଏ । ହେଲେ ଅନ୍ୟ ଯାନ ପରି ବିମାନର ଇନ୍ଧନ ସ୍ୱତନ୍ତ୍ର ପ୍ରକାରର ହୋଇଥାଏ । ଯେତେ ବଡ଼ ଗାଡ଼ି ତା’ର ଇନ୍ଧନ ମଧ୍ୟ ସେପରି ଖର୍ଚ୍ଚ ହୋଇଥାଏ । ଧରି ନିଅନ୍ତୁ ୭୪୭ ବୋଇଂ ବିମାନ କଥା କହିବା । ଏହା ପ୍ରତି ସେକେଣ୍ଡରେ ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ଅର୍ଥାତ ୧ ମିନିଟ୍‌ରେ ୨୪୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ ।

ଏହି ବିମାନ ପ୍ରତି ମାଇଲ୍‌ ରାସ୍ତା ପାଇଁ ୫ ଗ୍ୟାଲନ୍‌ (୧୨ ଲିଟର ପ୍ରତି କିଲୋମିଟର) ଇନ୍ଧନ ଖର୍ଚ୍ଚ କରିଥାଏ । ଅର୍ଥାତ ୭୪୭ ବୋଇଂ ବିମାନ ୧ କିଲୋମିଟର ଯାତ୍ରା ପାଇଁ ୧୨ ଲିଟର ବା ୧ ଲିଟରରେ ୦.୮ କିଲୋମିଟର ଯାତ୍ରା କରିଥାଏ । ଏହି ବିମାନ ୧୨ ଘଣ୍ଟା ଯାତ୍ରା ପାଇଁ ୧୭୨,୮୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ବୋଇଂ ବିମାନ ପ୍ରାୟ ୫୦୦ ଯାତ୍ରୀ ନେଇ ଯାତ୍ରା କରିଥାଏ । ଯାହାର ଘଣ୍ଟା ପ୍ରତି ବେଗ ୯୦୦ କିଲୋମିଟର ହୋଇଥାଏ ।

ଯଦି ୧ କିଲୋମିଟର ପାଇଁ ୧୨ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ତେବେ ୫୦୦ ଯାତ୍ରୀଙ୍କ ପାଇଁ ମଧ୍ୟ ୧୨ ଲିଟର ଇନ୍ଧନରେ ୧ କିଲୋମିଟର ଯାତ୍ରା କରିଥାଏ । ଅର୍ଥାତ କିଲୋମିଟର ଯାତ୍ରାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ମାତ୍ର ୦.୦୦୨୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ । ୭୪୭ ବୋଇଂ ବିମାନ ପାଇଁ ୧୦୦ କିଲୋମିଟର ଯାତ୍ରାରେ ୨.୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ।

ତେବେ ଜାଣନ୍ତୁ କେତେ ଶସ୍ତା ଏହି ବିମାନରେ ଯାତ୍ରା । ଏହି ବିଶାଳକାୟ ବିମାନ ଯାତ୍ରୀ ଓ ମାଲ୍‌ ପରିବହନ ପାଇଁ ସର୍ବୋତ୍କଷ୍ଟ । ତେଣୁ ଏହାକୁ ଜମ୍ବୋ ଜେଟ୍‌ ବା ଆସ୍‌ମାନ୍‌ କି ରାଣୀ ବୋଲି କୁହାଯାଇ ଥାଏ । ୧୯୬୯ ମସିହା ୯ ଫେବ୍ରୁଆରୀ ମାସରେ ବୋଇଂ ବିମାନ ପ୍ରଥମ ଥର ପାଇଁ ଉଡାଣ ଭରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.