ପିତୃ ଦିବସରେ ଅବହେଳିତ ବାପା, ନାଳରେ ପଡିଯାଇଥିବା ବାପାକୁ ଉଦ୍ଧାର କଲେନି ଦୁଇ ପୁଅ କିନ୍ତୁ ଯିଏ କଲା ତାକୁ ଛେଚିଲେ

ସୋର (କେନ୍ୟୁଜ୍‌): ଆଜି ସାରା ବିଶ୍ୱ ପାଳନ କରୁଛି ପିତୃ ଦିବସ । ବାପାଙ୍କୁ ସମ୍ମାନ ଦେଇ ସୋସିଆଲ ମିଡିଆରେ ଫଟୋ ଓ ଲେଖା ପୋଷ୍ଟ କରୁଛନ୍ତି ଲୋକେ । ହେଲେ ପିତୃପୂଜା ଭିତରେ ଆଜି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି ଯାହା ବାପାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିବା ଲୋକଙ୍କ ମନରେ ନିଆଁ ଲଗାଇ ଦେବ ।

ଘଟଣାଟି ଏଭଳି । ବାଲେଶ୍ୱର ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ ବାଂଛାନିଧି ବେହେରା(୮୩)ଦିର୍ଘଦିନ ହେବ ଅସୁସ୍ଥ ଥିବାରୁ ପୁଅମାନେ ବାପାକୂ ଘରୁ ବାହରି କରିଦେଇଥିଲେ। ବୃଦ୍ଧ ଜଣକ ବାହାରେ ମାଗିଯାଚି ଖାଉଥିଲେ।  ଆଜି ଅସୁସ୍ଥ ବୃଦ୍ଧ ଜଣକ ଚାଲି ନପାରିବାରୁ ଏକ ନାଳରେ ପଡି ଯାଇଥିଲେ। ଏହା ଦେଖି ବୃଦ୍ଧଙ୍କ ଝିଅ ବାସନ୍ତି ଏବଂ ନାତି ଆଶିଷ ବୃଦ୍ଧଙ୍କୁ ଉଦ୍ଧାର କରିବାକୁ  ଯାଇଥିଲେ।

କିନ୍ତୁ ଏହାକୁ ସହ୍ୟ କରିପାରିନଥିଲେ ବୃଦ୍ଧଙ୍କ ଦୁଇ ପୁଅ। ଉତକ୍ଷିପ୍ତ ହୋଇ ବିଭିନ୍ନ ଅଶାଳିନ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗ୍ରମବାସୀ ମାନେ ଝିଅ ଓ ନାତିକୁ  ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାକୁ ପଠାଇଥିଲେ। ଏନେଇ  ସୋର  ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.