Below header

ପ୍ୟାଣ୍ଟ ନ ପିନ୍ଧି LIVE ଟିଭି ଶୋ’ରେ ଆସିଗଲେ ରିପୋର୍ଟର, ପଛକୁ କ୍ୟାମେରା ଗଲା ତ ଖୋଲିଗଲା ପୋଲ, ଦେଖନ୍ତୁ Video

ଘରୁ ଅଫିସ କାମ କରିବାର ଅଲଗା ହିଁ କିଛି ମଜା ରହିଛି। କିନ୍ତୁ ଏହା ସେହିମାନଙ୍କ ପାଇଁ ଟିକେ କଷ୍ଟକର, ଯେଉଁମାନେ ଟିଭି ଚ୍ୟାନେଲରେ କାମ କରୁଛନ୍ତି। କାରଣ, ଯେକୌଣସି ସମୟରେ ସେମାନଙ୍କୁ ଲାଇଭ ରିପୋର୍ଟିଂ ବା ଲାଇଭ ଶୋ’ କରିବାକୁ ପଡିଥାଏ। ନିକଟରେ ଏକ ଆମେରିକୀୟ ନ୍ୟୁଜ ଚ୍ୟାନେଲର ରିପୋର୍ଟରଙ୍କ ସହ ଏମିତି ଅଜବ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ ଘରୁ ଏକ ଲାଇଭ ଶୋ’ କରୁଥିବା ବେଳେ ତାଙ୍କ ପୋଲ ଖୋଲିଯାଇଛି।

ପ୍ରକୃତ କଥା ହେଲା, ରିପୋର୍ଟର ବିଲ ରିବ ‘good morning America’ ନାମକ ଏକ ଲାଇଭ ଶୋ’ ଘରୁ କରିବା ପୂର୍ବରୁ ଜ୍ୟାକେଟ ତଳେ ପ୍ୟାଣ୍ଟ ପିନ୍ଧିବାକୁ ଭୁଲି ଯାଇଥିଲେ। ଆଉ ଶୋ’ ଚାଲିଥିବା ବେଳେ ତାଙ୍କ ଗୋଡ଼ ଦେଖାଯାଇଥିଲା। 27 ବର୍ଷୀୟ ବିଲ ରିବ ନିଜେ ହିଁ ଚାରିଆଡ଼େ କ୍ୟାମେରା ସେଟିଂ କରିଥିଲେ। କିନ୍ତୁ ଏହା ଧ୍ୟାନ ଦେବାକୁ ଭୁଲି ଯାଇଥିଲେ କି ସେ ତଳେ କିଛି ପ୍ୟାଣ୍ଟ ପିନ୍ଧିନାହାନ୍ତି।

ତେବେ ଦର୍ଶକମାନେ ଖୁବ ସହଜରେ ଲାଇଭ ଶୋ’ରେ ତାଙ୍କ ଖାଲି ଗୋଡ଼ ଦେଖିବାକୁ ପାଇଥିଲେ। ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ବିଲ ରିବ ମଧ୍ୟ ସୋସିଆଲ ମିଡିଆରେ ମାନିଥିଲେ କି ସେ ଜ୍ୟାକେଟ ତଳେ କିଛି ପିନ୍ଧି ନ ଥିଲେ ଏବଂ ୱାର୍କଆଉଟ ପରେ ଲାଇଭ ଶୋ’କୁ ଆସିଯାଇଥିଲେ। ସେ ଟୁଇଟରରେ ଲେଖିଥିଲେ, ‘ଯେତେବେଳେ ୱାର୍କ ଫ୍ରମ ହୋମ ଭୁଲ ହୋଇଯିବ, ଆଶା ରହିଛି କି ଆପଣଙ୍କ ଚେହେରାରେ ହସ ନିଶ୍ଚୟ ଆସିଯିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.