Below header

ଦକ୍ଷିଣ ୟୁକ୍ରେନ ଓ ପୂର୍ବ ଡୋନବାସ୍‌ ଅଞ୍ଚଳକୁ ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଚାହୁଁଛି ରୁଷ୍‌, ମିକୋଲେଭ ଏବଂ ଲୁହାନସ୍କରେ ଜୋରଦାର ଗୋଳାବର୍ଷା

କେନ୍ୟୁଜ୍(ବ୍ୟୁରୋ):ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ମାସ ପୂରିଲା । ଯୁଦ୍ଧ ଥମିବା ବଦଳରେ ଭୟଙ୍କର ହେବାରେ ଲାଗିଛି । ରୁଷ ପୂର୍ବ ୟୁକ୍ରେନରେ ଏହାର ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୁଲ ପରେ ଏବେ ରୁଷ ଖାରକିଭ, ମିକୋଲେଭ ଏବଂ ଲୁହାନସ୍କରେ ଜୋରଦାର ଗୋଳାବର୍ଷା କରୁଛି । ରକେଟ ଆକ୍ରମଣରେ ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି । ପୂର୍ବ ୟୁକ୍ରେନରେ ରୁଷ୍‌ର ସାଂଘାତିକ ହମ୍‌ଲା । ଡୋନବାସ୍‌ ଅଞ୍ଚଳରେ ୪୨ଟି ଛୋଟ ସହରକୁ କବ୍‌ଜା କରିଛି ରୁଷ୍‌ । ସମଗ୍ର ଡୋନେସ୍କ ଓ ଲୁହାନସ୍କରେ ଉଭୟ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। ଦକ୍ଷିଣ ୟୁକ୍ରେନ ଓ ପୂର୍ବ ଡୋନବାସ୍‌ ଅଞ୍ଚଳକୁ ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଚାହୁଁଛି ରୁଷ୍‌ ।

ସେହିଭଳି ରୁଷ୍‌ରୁ କ୍ରିମିଆକୁ ଏକ ‘ଲ୍ୟାଣ୍ଡ କରିଡର’ ନିର୍ମାଣ କରିବା ଲକ୍ଷ୍ୟ ରହିଛି। ଲକ୍ଷ୍ୟ ପୂରଣ ପାଇଁ ନୂଆ ପର୍ଯ୍ୟାୟ ଯୁଦ୍ଧ ଅଭିଯାନ ଆରମ୍ଭ କରିଛି ପୁଟିନ୍‌ ସେନା । ସେପଟେ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଖାରକିଭ୍‌ ସହରରେ ଜୋରଦାର ବୋମାଡ କରିଛି । ରୁଷ୍‌ ସେନା ସର୍ବସାଧାରଣ ଭିତ୍ତିଭୂମିକୁ ଟାର୍ଗେଟ କରିଛନ୍ତି। ଖାରକିଭ୍‌ ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟ ଓଲେହ ସିନୁହୁବୋଭ କହିଛନ୍ତି, ରୁଷ୍‌ ସୈନ୍ୟ ଆବାସିକ ଭିତ୍ତିଭୂମି ଉପରେ ହମ୍‌ଲା ଜାରି ରଖିଛନ୍ତି । ଦକ୍ଷିଣ ୟୁକ୍ରେନରେ ଥିବା ମିକୋଲେଭ ସହର ଉପରେ ରାତି ତମାମ ବୋମା ମାଡ ହୋଇଛି । ବୋମାମାଡ଼ ଯୋଗୁ ନାଗରିକମାନେ ଆତଙ୍କିତ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.