ଖରାପ ଥିବା ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇ ନେବାକୁ କମ୍ପାନୀ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ, ନଚେତ ହେବ କାର୍ଯ୍ୟାନୁଷ୍ଠାନ

ସଡ଼କ ପରିବହନ ଏବଂ ରାଷ୍ଟ୍ରମାର୍ଗ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିବା ଘଟଣାକୁ ନେଇ ବେଶ୍‌ କ୍ଷୁବ୍ଧ ରହିଛନ୍ତି। ତେଣୁ ନୀତିନ ଗଡକାରୀ କମ୍ପାନୀମାନଙ୍କୁ କୌଣସି ପ୍ରକାର ଦାୟିତ୍ୱହୀନତାକୁ ସ୍ୱୀକାର କରାଯିବନି ବୋଲି କହିଛନ୍ତି। ତେଣୁ ଯେଉଁ କମ୍ପାନୀ ଡିଫେକ୍ଟିଭ ସ୍କୁଟର ପଠାଇଛି, ସେମାନେ ସ୍କୁଟର ସବୁକୁ ରିକଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନୀତିନ ଗଡକାରୀ ଟ୍ଵିଟ୍‌ କରି କରିଛନ୍ତି, ଗତ ୨ ମାସ ମଧ୍ୟରେ ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗିଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କିଛି ଲୋକ ନିଜ ଜୀବନ ମଧ୍ୟ ହରାଉଛନ୍ତି। କିଛି ଲୋକଙ୍କ ଜୀବନ ଯିବା ଅନ୍ୟ ଏହା ଦୁର୍ଭାଗ୍ୟଜନକ। ଘଟଣାର ଯାଞ୍ଚ ପାଇଁ କମିଟି ଗଠନ ହେବ। ଯଦି ତ୍ରୁଟି ପରିଲଖିତ ହୁଏ, ତେବେ କମ୍ପାନୀଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହାସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି।

ଅନ୍ୟ ଏକ ଟ୍ଵିଟରେ ଗଡକାରୀ କହିଛନ୍ତି, ଏହି ଘଟଣାର ଯାଞ୍ଚ ପାଇଁ ଆମେ ଏକ ଏକ୍ସପର୍ଟ କମିଟି ବସାଇଛୁ। ଏହାସହିତ ଏହାକୁ ଠିକ୍‌ କରିବାର ଉପାୟ ମଧ୍ୟ କହିବେ। ଯାଞ୍ଚ ରିପୋର୍ଟରେ ସରକାର ଡିଫଲ୍ଟ କରୁଥିବା କମ୍ପାନୀ ପାଇଁ ଏହି ଆଦେଶକୁ ବାଧ୍ୟତାମୂଳକ କରିଛନ୍ତି।

ସରକାରୀ ପ୍ରୋତ୍ସାହନ ପାଇବା ପରେ ଭାରତୀୟ କମ୍ପାନୀମାନେ ଇ-ସ୍କୁଟର ତିଆରି କରିବାରେ ତ ଲାଗିପଡ଼ିଲେ ହେଲେ ଏହି ଇ-ସ୍କୁଟର ଏବେ ଜୀବନ ନେଉଛି। ଏମିତି ଗୋଟିଏ କି ଦୁଇଟି ଘଟଣା ନୁହେଁ ଏବେ ପ୍ରାୟ ପ୍ରତିଦିନ ଇ-ସ୍କୁଟର ବିସ୍ଫୋରଣ ହେବା କିମ୍ବା ସେଥିରେ ନିଆଁ ଲାଗିବାର ଘଟଣା ଶୁଣିବାକୁ ମିଳୁଛି।

ମହାରାଷ୍ଟ୍ରର ନାସିକରେ ବଡ ମାମଲା ସାମ୍ନାକୁ ଆସିଥିଲା । ସେଠାରେ ଫ୍ୟାକ୍ଟ୍ରିରୁ ବାହାର କରି ପଠାଯାଉଥିବା ବେଳେ ଏକାଥରକେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗିଥିଲା । ଦେଶର ଏହା ପ୍ରଥମ ମାମଲା, ଯେଉଁଠି ଏକାଥରେ ୨୦ଟି ଇଲେକ୍ଟ୍ରିକ ସ୍କୁଟରରେ ନିଆ ଲାଗିଯାଇଥିଲା। ୨୦୨୧-୨୨ରେ ପାଖାପାଖି ୨.୩୧ ଲକ୍ଷ ଇଲେକ୍ଟ୍ରିକ ସ୍କୁଟର ବିକ୍ରି ହୋଇଛି। କିନ୍ତୁ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିବା ଏହା ୫ମ ଘଟଣା।

ତାମିଲନାଡୁର ମାନ୍ନାପରାଇରୁ ଜଣେ ବ୍ୟକ୍ତି ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ରେ ଜଣେ ବନ୍ଧୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ । ପରଦିନ ଯେତେବେଳେ ତାଙ୍କ ବନ୍ଧୁ ବାଲୁ ନିଜ ଦୋକାନ ଖୋଲିଲେ, ସେବେ ଇଲେକ୍ଟ୍ରିକ୍ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.