ରାଜଧାନୀରେ ଡବଲ ମର୍ଡର, ସ୍ତ୍ରୀ ଓ ଶାଳୀକୁ ହତ୍ୟା କରି ଘରେ ଲୁଚାଇ ରଖିଛି ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଡବଲ ମର୍ଡର । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଘଟଣା । ହତ୍ୟାକାଣ୍ଡ ପରେ ମୃତ ଦେହକୁ ୩ ଦିନ ଧରି ଘରେ ଲୁଚାଇ ରଖିଥିବା ସନ୍ଦେହ କରୁଛି ପୋଲିସ । ସ୍ତ୍ରୀ ଓ ଶାଳୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଆଜି ଘଟଣା ସ୍ଥଳରୁ ଅଭିଯୁକ୍ତ ବିଜୟ କେତନ ଫେରାର ହେଉଥିବା ସମୟରେ ଶାଶୁ ଶ୍ବଶୁର ତାକୁ କାବୁ କରି ପୋଲିସକୁ ଦେଇଥିଲେ ।

ଘଟଣା ସ୍ଥଳରେ ଚନ୍ଦ୍ରଶେଖର ପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି କି ଦୀର୍ଘ ଦିନ ହେବ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ  ଗଣ୍ଡଗୋଳ ଲାଗି ରହିଥିଲା । ହତ୍ୟାର କାରଣ ତାହା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।  ଆଉ କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସାଇନ୍ଟଫିକ ଟିମ ପହଞ୍ଚିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.