Below header

ବଦଳିଲା ଶାହରୁଖଙ୍କ ଘର ‘ମନ୍ନତ’ର ନାମ, ଫ୍ୟାନ୍ସ ହେଲେ ଭାବବିହ୍ଵଳ: ଟ୍ଵିଟରରେ ହେଉଛି ଟ୍ରେଣ୍ଡ

କିଙ୍ଗ ଖାନ ପୁଣି ଚର୍ଚ୍ଚାରେ। ଏଥର ଫିଲ୍ମ ନୁହେଁ ବରଂ ଘରକୁ ନେଇ। ଶାହରୁଖ ଖାନଙ୍କ ଘର ‘ମନ୍ନତ’ ବର୍ତ୍ତମାନ ଟ୍ଵିଟରରେ ଟ୍ରେଣ୍ଡ କରୁଛି । ମନ୍ନତକୁ ଦେଖିବା ପାଇଁ ଲୋକେ ଏଠାକୁ ଆସିନ୍ତି। ଘର ଭିତରକୁ ଯିବାକୁ ଲୋକମାନଙ୍କୁ ଅନୁମତି ନଥିବାବେଳେ ମନ୍ନତର ନାମ ଫଳକ ସହ ନିଜ ଫଟୋ ଉଠାଇ ଲୋକେ ବହୁତ ଖୁସି ହୋଇଥାନ୍ତି । କିନ୍ତୁ ଏବେ ଏହି ନାମଫଳକ ବଦଳି ଯାଇଛି ।

ମନ୍ନତର ନାମ ଫଳକ ଡିଜାଇନ ଏବେ ବଦଳି ଯାଇଛି । ଏବେ ମନ୍ନତର ନାମ ଫଳକକୁ ନୂଆ ଡିଜାଇନ ମିଳିଯାଇଛି । ଯାହା ଏବେ ଟ୍ଵିଟରରେ ଟ୍ରେଣ୍ଡ କରୁଛି । ଫ୍ୟାନ୍ସମାନେ ମନ୍ନତର ନୂଆ ନାମ ଫଳକ ଡିଜାଇନ ଫଟୋ ସେୟାର କରୁଛନ୍ତି ।

ଫ୍ୟାନ୍ସ ନୂଆ ଓ ପୁରୁଣା ଫଟୋକୁ ମିଶାଇ ଟ୍ଵିଟ କରି ଭାବବିହ୍ଵଳ ହେଉଛନ୍ତି। ଜଣେ ଟ୍ଵିଟ୍‌ କରି ଳେଖିଛନ୍ତି, ଏହି ଡିଜାଇନ ସବୁବେଳେ ଆଇକନିକ ରହିବ, କିନ୍ତୁ କେବେ ମୁଁ ଭାବିନଥିଲି କି ସାମାନ୍ୟ ନେମପ୍ଲେଟକୁ ନେଇ ମୁଁ ଇମୋସନାଲ ହୋଇଯିବି। ମୁଁ ଛୋଟବେଳରୁ ଏହା ପାଖରେ ଠିଆ ହୋଇ ଫଟୋ ଉଠାଇବା ପାଇଁ ସ୍ୱପ୍ନ ଦେଖିଛି, କିନ୍ତୁ କେବେ ସ୍ୱପ୍ନ ସତ ହୋଇନାହିଁ। ତେଣୁ ଏବେ ନେମ ପ୍ଲେଟ ବଦଳିଯିବାରୁ ମୁଁ ବହୁତ ଦୁଃଖିତ।

ଆଉ ଜଣେ ଫ୍ୟାନ୍ସ ନେମପ୍ଲେଟକୁ ବହୁତ ସୁନ୍ଦର ବୋଲି କହିଛନ୍ତି। ସେ ଲେଖିଛନ୍ତି ମନ୍ନତ ପ୍ୟାର, ଷ୍ଟାରଡମ, ଇମୋସନର ସଂକେତ। ଏହି ନାମ ଫଳକ ଅତି ସୁନ୍ଦର। ଜଣେ ଅନ୍ୟ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ନେମ ପ୍ଲେଟ ବଦଳିଯାଏ, କିନ୍ତୁ ଇମୋସନ ନୁହେଁ।

ସୂଚନାଯୋଗ୍ୟ, ଶାହରୁଖଙ୍କ ହାତରେ ଏବେ ବହୁତ ପ୍ରୋଜେକ୍ଟ ରହିଛି। ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ରେ ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ସହିତ ନଜର ଆସିବେ। ଶାହରୁଖ ନିକଟରେ ତାମିଲ ଅଭିନେତ୍ରୀ ନୟନତାରା ସହିତ ଏଟଲିରେ କାମ କରିବାକୁ ନେଇ ବ୍ୟସ୍ତ ରହିଛନ୍ତି। ତା’ ସହିତ ରାଜକୁମାର ହିରାନୀଙ୍କ ‘ଡଙ୍କି’ରେ ତାପସୀ ପାନ୍ନୁଙ୍କ ସହିତ ନଜର ଆସିବେ।

ଶାହାରୁଖ ଖାନ୍‌ଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ତାପ୍‌ସୀ ପନ୍ନୁ। ସେ ଟ୍ଵିଟ୍‌ କରି ନିଜ ଖୁସି ଜାହିର କରିଛନ୍ତି। ତାପ୍‌ସୀ ପନ୍ନୁ ଟ୍ଵିଟ୍‌ କରି ଲେଖିଛନ୍ତି, କେବେ ଜଣେ ସୁପରଷ୍ଟାର କହିଥିଲେ- ଯଦି କୌଣସି ଜିନିଷକୁ ତୁମେ ଅତି ଆଗ୍ରହର ସହ ଚାହିଁବ, ତେବେ ସାରା ଦୁନିଆ ତାକୁ ତୁମ ସହ ମିଶାଇବାରେ ଲାଗିପଡ଼ିଥାନ୍ତି। କର୍ତ୍ତବ୍ୟନିଷ୍ଠ, ପରିଶ୍ରମ, ଧୈର୍ଯ୍ୟର ଫଳ। ପାଖାପାଖି ୧୦ ବର୍ଷ ଲାଗିଲା, କିନ୍ତୁ ଶେଷରେ ‘ଅଲ୍‌ ଇଜ୍‌ ୱେଲ୍‌’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.