ଦୁଃଖ ନେଇ ଆସିଲେ ସୀମା: ସଚିନଙ୍କୁ ମିଳୁନି ଚାକିରି, ଠିକ୍ ରେ ଖାଇ ପିଇ ପାରୁନାହାନ୍ତି ପରିବାର ଲୋକେ
ବର୍ତ୍ତମାନ ସଚିନ୍ ଓ ସୀମା ହାଇଦର ଦିଲ୍ଲୀର ରବୁପୁରା ଠାରେ ଥିବା ତାଙ୍କର ଦ୍ୱିତୀୟ ଘରେ ରହୁଛନ୍ତି । ନୂଆ ଘରେ ଯାଇ ରହିବା ପରେ ଏକ ଭିଡ଼ିଓରୁ ଜାଣିବାକୁ ମିଳିଛି ଯେ ସେମାନେ ସେଠାରେ ଅତ୍ୟନ୍ତ କଷ୍ଟରେ ଜୀବନଯାପନ କରୁଛନ୍ତି। ଏପରିକି ଖାଇବାକୁ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମିଳୁନାହିଁ।

ବର୍ତ୍ତମାନ ସଚିନ୍ ଓ ସୀମା ହାଇଦର ଦିଲ୍ଲୀର ରବୁପୁରା ଠାରେ ଥିବା ତାଙ୍କର ଦ୍ୱିତୀୟ ଘରେ ରହୁଛନ୍ତି । ନୂଆ ଘରେ ଯାଇ ରହିବା ପରେ ଏକ ଭିଡ଼ିଓରୁ ଜାଣିବାକୁ ମିଳିଛି ଯେ ସେମାନେ ସେଠାରେ ଅତ୍ୟନ୍ତ କଷ୍ଟରେ ଜୀବନଯାପନ କରୁଛନ୍ତି। ଏପରିକି ଖାଇବାକୁ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମିଳୁନାହିଁ। ସଚିନଙ୍କୁ କିଛି କାମ ମିଳୁ ନ ଥିବାରୁ ସେ ଓ ତାଙ୍କ ପରିବାର ଉତ୍କଟ ଅଭାବର ସମ୍ମୁଖୀନ ହେଉଛନ୍ତି। ସୀମା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ଯୋଗୁ ସଚିନ୍ଙ୍କ ପିତାମାତା ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିରେ ସେ ଅତ୍ୟନ୍ତ ବିଚଳିତ।
ଏପଟେ ସଚିନ୍ଙ୍କ ବାପା ନେତ୍ରପାଲ ଏକ ଭିଡିଓ ଜାରି କରି ଲୋକଙ୍କୁ ନିବେଦନ କରିଛନ୍ତି । ସେ ଭିଡିଓରେ କହିଛନ୍ତି କି ‘ବାରମ୍ବାର ପୋଲିସ୍ ତଦନ୍ତ ଯୋଗୁଁ ଆମେ ବହୁତ ହଇରାଣ ହେଉଛୁ । ଘରୁ ବାହାରି ପାରୁନାହୁଁ । ଏମିତିକି ଠିକ୍ ରେ ଖାଇ ପିଇ ପାରୁନାହୁଁ । ଯଦି ଏମିତି ସ୍ଥିତି ଜାରି ରହେ ତେବେ ଆମକୁ ଆଉ ଖାଇବାକୁ ବି ମିଳିବନି । ତେଣୁ ଶୀଘ୍ର ଏହାର ସମାଧାନ ବାହାର କରିବା ପାଇଁ ସେ ଭିଡିଓରେ ନିବେଦନ କରିଛନ୍ତି ।
ସୀମା ହାଇଦର ପ୍ରେମିକକୁ ବାହା ହୋଇ ତାଙ୍କ ସହ ରହିବା ପାଇଁ ନିଜର ସ୍ୱାମୀ ଓ ପରିବାର ଛାଡ଼ି ପାକିସ୍ତାନରୁ ଭାରତ ଆସିବା ପରେ ଗତ ଜୁଲାଇ ୪ରେ ପୋଲିସ ହାତରେ ଧରାପଡ଼ିଥିଲେ। ସୂଚନା ଥାଉକି, ପବ୍ଜ ଖେଳରୁ ସୀମା ଓ ସଚିନ୍ଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୀମା ନିଜର ଚାରି ପିଲାଙ୍କୁ ଧରି ଦୁବାଇ ଓ ନେପାଳ ରାସ୍ତା ଦେଇ ଭାରତ ପଳାଇ ଆସିଥିଲେ । ତେବେ ତାଙ୍କର କିଛି କଥାରେ ତାଳମେଳ ରହୁ ନଥିବାରୁ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରୁଛି ପୋଲିସ । ତେଣୁ ଏବେବି ତଦନ୍ତ ଜାରି ରହିଛି ।