କେଶର ଚା’ରୁ ଦୂର ହୋଇଥାଏ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ସ୍ୱାସ୍ଥ୍ୟପାଇଁ କେଶର ଚା’ ବହୁତ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଓଜନ କମ କରିବା ଠାରୁ ଆରମ୍ଭ କରି ଇମ୍ୟୁନିଟି ବଢ଼ାଇବା ପାଇଁ ଏହା ସାହାଯ୍ୟ କରିଥାଏ ।

କେଶର ଏକ ମସଲା, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ ଜଣାଇବୁ, ଯାହା ଓଜନ କମ କରିବା ଠାରୁ ଆରମ୍ଭ କରି ଇମ୍ୟୁନିଟି ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଶର ଚା’ କିପରି ପ୍ରସ୍ତୁତ କରିବେ ।

କେଶର ଚା’ ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟିଏ ଗ୍ଲାସ କ୍ଷୀର କିମ୍ବା ପାଣିରେ ୩-୪ଟି କେଶର ପକାଇ ଏହାକୁ ଫୁଟାନ୍ତୁ । ଏହାକୁ କପରେ ଛାଣନ୍ତୁ ଏବଂ ମହୁ ମିଶାଇ ପିଅନ୍ତୁ । ତେବେ ଏହାକୁ ପିଇବା ଦ୍ୱାରା କଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

ଥଣ୍ଡା ଏବଂ କାଶ:
ପ୍ରତ୍ୟେକ ଦିନ କେଶର ଚା’ କିମ୍ବା କ୍ଷୀର ପିଇଲେ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ଇନଫେକ୍ସନରୁ ମୁକ୍ତି ମିଳିଥାଏ । କାରଣ କେଶର ଗରମଯୁକ୍ତ ହୋଇଥାଏ । ଯାହା ଶରୀରକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଏହା ପିଇବା ଦ୍ୱାରା ଇମ୍ୟୁନିଟି ମଜବୁତ ହୋଇଥାଏ ।

ଗଣ୍ଠି ଦରଜରୁ ଆରାମ:
ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା, ଅଣ୍ଟା ତଥା ମାଂସପେଶୀରେ ଦରଜ ରହୁଛି, ତେବେ ପ୍ରତ୍ୟେକ ଦିନ କେଶର ଯୁକ୍ତ କ୍ଷୀର ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହେବ ।

ଦୃଷ୍ଟି ଶକ୍ତି ବଢ଼ାଇଥାଏ:
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଘରର କୌଣସି ଶିଶୁକୁ କମ ଦେଖାଯିବାର ସମସ୍ୟା ହେଉଛି, ତେବେ ତାକୁ ମଧ୍ୟ ପ୍ରତ୍ୟେକ ଦିନ କେଶର ଚା’ ପିଇବାକୁ ଦିଅନ୍ତୁ । ଏହା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ ଏବଂ ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ ।

ଅନ୍ତସ୍ଥଳୀକୁ ସୁସ୍ଥ ରଖିଥାଏ:
କେଶର ଚା’ ଅନ୍ତକୁ ଡିଟକ୍ସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ । ଅନ୍ତ ସୁସ୍ଥ ରହିଲେ ଡାଇଜେଷ୍ଟିଭ ସିଷ୍ଟମ ମଧ୍ୟ ନିଜ କାମ ଠିକ ଭାବେ କରିପାରିବ ।

ମୁଣ୍ଡ ବିନ୍ଧାରୁ ମୁକ୍ତି:
ଆପଣଙ୍କୁ ଯଦି ଲଗାତାର ଭାବେ ମୁଣ୍ଡବିନ୍ଧାର ସମସ୍ୟା ରହୁଛି, ତେବେ ଏଭଳିସ୍ଥିତିରେ କ୍ଷୀର ଚା’କୁ ବନ୍ଦ କରି କେଶର ଚା’ ପିଇବା ଆରମ୍ଭ କରନ୍ତୁ ।

ପିରିୟଡ୍ସ କଷ୍ଟର ଚିକିତ୍ସା:
ପିରିୟଡ୍ସ ସମୟରେ ହେଉଥିବା ପେଟ ଦରଜ ଏବଂ ଯନ୍ତ୍ରଣାର ସମସ୍ୟାକୁ ଦୂର କରିବା ପାଇଁ ଏହି ଚା’ ଲାଭଦାୟକ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.